ଚଳନ୍ତା କମାଣ୍ଡର ଗାଡିରୁ ଖସି ଯୁବକ ମୃତ
ମୋହନା,(ଯୁଗାବ୍ଦ ନ୍ୟୁଜ୍) : ଗଜଗତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାକେଶପାଙ୍କା ଛକ ନିକଟରେ ଚଳନ୍ତା ଗାଡିରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ପରିଚୟ ବଡସିନ୍ଧବା ପଂଚାୟତ ଚଡିଆପଦା ଗ୍ରାମର ମଷେଶ ନାୟକ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଏକ କମାଣ୍ଡର ଗାଡି ଶନିବାର ମୋହନାରୁ ଓଭରଲୋଡିଂ କରି ଚଡିଆପଦା ଅଭିମୁଖେ ଯାଉଥିବା ବେଳେ ରାକେଶ ଛକ ନିକଟରେ ଚଳନ୍ତା ଗାଡିରୁ ଖସି ତଳେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ପ୍ରଥମେ ମୋହନା ମେଡିକାଲରେ ଭର୍ତ୍ତିକରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।