ଏକାଠି ବଜେଟ୍ ଦେଖିଲେ ବରିଷ୍ଠ ନାଗରିକ
ଛତ୍ରପୁର-: ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପୂର୍ଣ୍ଣାଙ୍ଗ ୨୦୨୦-୨୧ ବଜେଟ୍ କୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିଲେ । ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ବାଚସ୍ପତି ଓମ୍ ବିର୍ଲା ଲୋକସଭାରେ ଆସନ ଗ୍ରହଣ କରିବାପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମ ବଜେଟ୍ ଅଭିଭାଷଣ ଆରମ୍ଭ କରିଥିଲେ । ଏନେଇ ବଜେଟ୍ ଅଭିଭାଷଣ କୁ ଏକାଠି ଦେଖିବା ଓ ଶୁଣିବା ନିମନ୍ତେ ଛତ୍ରପୁରର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ରାଜନୈତିକ ବ୍ୟକ୍ତିମାନେ ମିଳିତ ଭାବେ ଏକତ୍ରିତ ହୋଇ ଏଲଇଡ଼ି ମାଧ୍ୟମରେ ସ୍ଥାନୀୟ ଶିବ କୁମାର ରିଡ଼ିଂ ରୁମ୍ ପରିସରରେ ଶନିବାର ଦିନତମାମ ଦେଖିଥିଲେ । ଏଥିରେ ଶିବ୍ କୁମାର ରିଡ଼ିଂ ରୁମ୍ ର ମୁଖ୍ୟ ଇଂ. ରାମଚନ୍ଦ ପଟ୍ଟନାୟକ, ବି. ଶ୍ରୀନିାବସ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ସରକାରୀ ଓକିଲ ମନୋଜ କୁମାର ପାଢୀ, ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା, ଅବସରପ୍ରାପ୍ତ ଡିଆଇ ନିରଞ୍ଜନ ତ୍ରିପାଠୀ, କ୍ରୀଡ଼ାବିତ୍ ପୂର୍ଣ୍ଣଚନ୍ଦ୍ର ବେହେରା, ସୋମନାଥ ସାହୁ, ସିମାଂଚଳ ନାହାକ, ପ୍ରଶାନ୍ତ କୁମାର ମହାରଣା, ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏପରି ଏକତ୍ରିତ ହୋଇ ବଜେଟ୍ ଉପସ୍ଥାପନ ଦେଖିବା କାର୍ଯ୍ୟକ୍ରମ ଶିବ୍ କୁମାର ରିଡ଼ିଂ ରୁମ୍ ପକ୍ଷରୁ କରାଯାଇଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିଲା ।