କନିଷ୍ଠ ଯନ୍ତ୍ରୀଙ୍କ ଦ୍ୱାରା ର୍ଦୁବ୍ୟବହାର ଅଭିଯୋଗ

କେନ୍ଦ୍ରାପଡା – କେନ୍ଦ୍ରାପଡା ୨ନମ୍ବର ପୂର୍ତ୍ତ ଡିଭିଜନ ଅନ୍ତର୍ଗତ ୪ନମ୍ବର ସେକସନ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ଦାସ ବାରମ୍ବାର ସାଧାରଣ ଜନତାଙ୍କୁ ର୍ଦୁବ୍ୟବହାର କରୁଥିବା ସମ୍ପର୍କରେ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯିବା ସହିତ ୫-ଟି ସଚୀବଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗକାରୀ ସୁଜିତ ସାହୁ,ସମ୍ବିତ ରାଉତ,ବ୍ରଜସୁନ୍ଦର ମହାପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ସେମାନେ ଏକ ଉନ୍ନୟନ କାର୍ଯ୍ୟ ଠିକ ହୋଇନଥିବା ସମ୍ପର୍କରେ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇବାକୁ ଯାଉଥିବା ସମୟରେ ଶନିବାର କନିଷ୍ଠ ଯନ୍ତ୍ରୀ ଦାସ ସେମାନଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିଲେ । ଏପରିକି ଅଶ୍ଳୀଳ ଭାଷାରେ ସେମାନଙ୍କୁ ଗାଳିଗୁଲଜ ମଧ୍ୟ କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଦୀର୍ଘବର୍ଷ ଧରି ଏଠାରେ ରହିଆସିଥିବା କନିଷ୍ଠ ଯନ୍ତ୍ରୀ ଶ୍ରୀ ଦାସଙ୍କ ସଂପୃକ୍ତିରେ ଛତା ପଲିଟେକନିକର ପାଚେରୀ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଯୋଗୁଁ ପାଚେରୀ ଭୁଷୁଡି ପଡିଥିବା ମଧ୍ୟ ସେତେବେଳେ ଅଭିଯୋଗ ହୋଇଥିଲା । ଏଭଳି ସରକାରୀ ଯନ୍ତ୍ରୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ