ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ “ଷଡ଼ଯନ୍ତ୍ର’ କହିଥିବା ଆଇନଜୀବୀଙ୍କୁ ନୋଟିସ୍

ନୂଆଦିଲ୍ଲୀ(ଏଜେନ୍ସି): ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲା କ୍ରମାଗତ ଭାବେ ଜଟିଳ ହେବାରେ ଲାଗିଛି । ଗୋଗୋଇଙ୍କ ବିରୋଧରେ ଆସିଥିବା ଏହି ମାମଲା ଏକ ଷଡ଼ଯନ୍ତ୍ର ବୋଲି ଉତ୍ସବ ବେନ୍ସ ନାମକ ଜଣେ ଆଇନଜୀବୀ କହିବା ପରେ ମଙ୍ଗଳବାର ତାଙ୍କୁ ନୋଟିସ୍ ଜାରି କରାଯାଇଛି । ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ନୋଟିସ ପଠାଇଛନ୍ତି । ଜଷ୍ଟିସ୍ ଆର୍ ଏଫ୍ ନରିମନ୍ ଓ ଜଷ୍ଟିସ୍ ଦୀପକ ଗୁପ୍ତା ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି । ସତ୍ୟପାଠ ଜରିଆରେ ଉତ୍ସବଙ୍କୁ ନିଜ ସ୍ପଷ୍ଟୀକରଣ ଦେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାର କରାଯିବ ବୋଲି ଖଣ୍ଡପୀଠ ସମୟ ନିର୍ଦ୍ଧାରିତ କରିଛନ୍ତି । ପ୍ରଧାନ ବି·ରପତିଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ଖଣ୍ଡପୀଠ ବୃହତ୍ ସ୍ୱାର୍ଥ ଦୃଷ୍ଟିରୁ ଶନିବାର ତରବରିଆ ଭାବେ ଶୁଣାଣି କରିଥିଲେ । ମଙ୍ଗଳବାର ଏହା ଉପରେ ଶୁଣାଣି ହୋଇଥିଲେ ମଧ୍ୟ ବୁଧବାରକୁ ପରବର୍ତ୍ତୀ ଶୁଣାଣି ଘୁଞ୍ଚାଯାଇଛି । ପ୍ରକାଶ ଯେ, ତାଙ୍କ ବିରୋଧରେ ଏପ୍ରକାର ଆସିଥିବା ଏପ୍ରକାର ଅଭିଯୋଗକୁ ନିଜେ ପ୍ରଧାନ ବିଚାରପତି ଖଣ୍ଡନ କରିଆସୁଛନ୍ତି । ଏହା ତାଙ୍କ ବିରୋଧରେ କିଛି ଅପରାଧିକ ମାମଲା ସହିତ ଜଡ଼ିତ ଥିବା ଗୋଷ୍ଠୀର ଚକ୍ରାନ୍ତ ବୋଲି ସେ କହୁଛନ୍ତି । ଶନିବାର ଏହି ଘଟଣା ସାମ୍ନାକୁ ଆସିବା ପରେ ମାନସିକ ନିର୍ଯାତନା ଦେଇ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି ବୋଲି ବିଚାରପତି ଗୋଗୋଇ ପାଲଟା ଅଭିଯୋଗ କରିଥିଲେ ।
ଅନ୍ୟପକ୍ଷେ ପ୍ରଧାନ ବିଚାରପତିଙ୍କ ବ୍ୟାଙ୍କ ବାଲାନ୍ସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗୁଜରାଟର ଆଇନଜୀବୀ ସଂଘ । ସେମାନଙ୍କ କହିବାନୁସାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଗତ ସପ୍ତାହରେ ନିଜର ବ୍ୟାଙ୍କ ବାଲାନ୍ସକୁ ନେଇ ତଥ୍ୟ ରଖିଥିଲେ, ସେଥିରେ ଅନେକ ଭୁଲ୍ ସୂଚନା ଦିଆଯାଇଛି । ଜଷ୍ଟିସ ଗୋଗୋଇଙ୍କ ପୁଅ ଏବଂ ଜ୍ୱାଇଁଙ୍କ ରୋଜଗାର ଓ ସମ୍ପତ୍ତି ସାର୍ବଜନୀନ କରିବାକୁ ଗୁଜରାଟ ଆଇନଜୀବୀ ସଂଘ ଦାବି କରିଛି । ଜଷ୍ଟିସ ଗୋଗୋଇଙ୍କ ପୁଅ ଏବଂ ଜ୍ୱାଇଁଙ୍କ ବାର୍ଷିକ ରୋଜଗାର ଶହ ଶହ କୋଟି ବୋଲି ସଂଘ କହିଛି । ଦୀର୍ଘ ୨୦ ବର୍ଷ ହେବ ନିସ୍ୱାର୍ଥପର ଭାବରେ ସେ ନ୍ୟାୟପାଳିକାରେ କାମ କରୁଛି । ୬ ଲକ୍ଷ ୮ଠ ହଜାର ଟଙ୍କାର ମୋଟ୍ ବ୍ୟାଙ୍କ ବାଲାନ୍ସ ତାଙ୍କ ପାଖରେ ରହିଥିବା ବେଳେ ୪୦ ଲକ୍ଷ ଟଙ୍କା ପ୍ରୋଭିଡେଣ୍ଟ ଫଣ୍ଡ ରହିଛି ବୋଲି ପ୍ରଧାନବିଚାରପତି ଗୋଗୋଇ କହିଥିଲେ ।ପ୍ରଧାନ ବିଚାରପତି ଗୋଗୋଇଙ୍କ ବିରୋଧରେ ସୁପ୍ରିମକୋର୍ଟର ଜଣେ ମହିଳା କର୍ମଚାରୀ ଆଣିଥିବା ଯୌନ ନିର୍ଯାତନା ମାମଲାକୁ ଏକ ଷଡ଼ଯନ୍ତ୍ର ବୋଲି ଉତ୍ସବ ବେନ୍ସ କହିଥିଲେ । ଏତଦ୍ବ୍ୟତୀତ ଏହି ମାମଲାକୁ ସାର୍ବଜନୀନ କରିବାକୁ ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ତାଙ୍କୁ ଜଣେ ଅଜଣା ବ୍ୟକ୍ତି ୧.୫ କୋଟି ଟଙ୍କାର ଅଫର ଦେଇଥିବା ମଧ୍ୟ ଉତ୍ସବ ବେନ୍ସ କହିଥିଲେ । ହେଲେ ସେ ଏହି ଅଫରକୁ ଗ୍ରହଣ କରିନଥିଲେ ବୋଲି ନିଜ ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଏବେ ତାଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ର ସମ୍ମୁଖୀନ ହେବାକୁ ପଡିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ