୧୨ରେ ଆସିବେ ଅମିତ୍ ଶାହ
ଭୁବନେଶ୍ୱର: ୧୨ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୧୨ରେ ପୂର୍ବାଞ୍ଚଳ ପରିଷଦର ବୈଠକ ଭୁବନେଶ୍ୱରରେ ବସିବ । ଏ ବୈଠକରେ ଗୃହମନ୍ତ୍ରୀ ଶ୍ରୀ ଶାହ ଯୋଗ ଦେବେ । ଏହା ସହ ଶ୍ରୀ ଶାହ ରାଜ୍ୟ ବିଜେପିର ଏକ କର୍ମକର୍ତ୍ତା ସମ୍ମିଳନୀରେ ମଧ୍ୟ ଯୋଗ ଦେଇ ମନ୍ତ୍ର ଫୁଙ୍କିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ୨୯ ବର୍ଷ ପରେ ଭୁବନେଶ୍ୱରରେ ପୂର୍ବାଞ୍ଚଳ ପରିଷଦର ୨୪ ତମ ବୈଠକ ବସିବାକୁ ଯାଉଛି । ଲୋକସେବା ଭବନର କନଭେନସନ ସେଣ୍ଟରରେ ଏ ବୈଠକ ବସିବାକୁ ଆପାତତଃ ସ୍ଥିର ହୋଇଥିଲାବେଳେ ଆସାମ, ପଶ୍ଚିମବଙ୍ଗ, ସିମିକ, ଝାଡ଼ଖଣ୍ଡ, ବିହାର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏଥିରେ ଯୋଗ ଦେବେ । ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକର ଆଇନ ଶୃଙ୍ଖଳା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଏ ବୈଠକରେ ଆଲୋଚନା ହେବ ।


