ଦିବ୍ୟାଙ୍ଗ ଏକ ରୋଗ କିମ୍ବା ବେମାର ନୁହେଁ -ଏହା ମନୁଷ୍ୟର ଏକ ଅବସ୍ଥାମାତ୍ର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) -ଗଜପତିର ଏକ ମାତ୍ର ମାନସିକ ଅନଗ୍ରସର ଶିକ୍ଷା ଓ ପିଜିଓଥେରୋପି ତାଲିମ ଅନୁଷ୍ଠାନ ନିୟତି(ରାଣୀପେଣ୍ଠ) ଆଜି ତା ୦୨-୦୨-୨୦୨୦ରିଖ ଦିନ ସ୍ଥାନୀୟ ବନଦୁର୍ଗା ମନ୍ଦିର ତୋଟା ଠାରେ ଏକ ଅଭିଭାବକ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହା ସହ ବନ୍ଧୁମିଳନ ମଧ୍ୟ ହୋଇଥିଲା। ନିୟତିର ସଂସ୍ଥାପକ ତଥା ସମ୍ପାଦକଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମସ୍ତ କ।ର୍ଯ୍ୟକ୍ରମରେ ଦିବ୍ୟଙ୍ଗ ମାନଙ୍କୁ ସମାଜରେ ମୁଖ୍ୟସ୍ରୋତରେ ସାମିଲ କରିବା ସଂଗେସଂଗେ ସେମାନଙ୍କର ସମ୍ବିଧ।ନିକ ଅଧିକାର ଗୁଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। “\”\”ଦିବ୍ୟଙ୍ଗ ଏକ ରୋଗ ନୁହେଁ ଏହା ଏକ ଅବସ୍ଥା ମାତ୍ର”\”\” ଏଥିଲା ସଚେତନାତା। ଏହି କ।ର୍ଯ୍ୟକ୍ରମରେ ଡକ୍ଟର କଲ୍ୟାଣୀ ମିଶ୍ର,ବଳରାମ ନାଗା, ସୌଦାମିନୀ ପାତ୍ର, ଭାରତ ଭୂଷଣ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ରଥ, ସ୍ବର୍ଣ୍ଣ ପ୍ରଭା ପାଠୀ ଯୋଗଦେଇ ଥିବାବେଳେ ସ୍ନେହଳତା ପାଣିଗ୍ରାହୀ,ଜ୍ୟୋଷ୍ଣା ଡାକୁଆ,ସାସ୍ବତୀ ବେବର୍ତ୍ତା ପରିଚାଳନା କରିଥିଲେ ।