ଗ୍ରାମାଞ୍ଚଳରେ ବରିଷ୍ଠ କଳାକାର ସଂଘ ପକ୍ଷରୁ ସାଂସ୍କୃତିକ ସଚେତନତା

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ଗଂଜାମ ଜିଲ୍ଲା କଳାକାର ସଂଘ ପକ୍ଷରୁ କଳା ଓ କଳାକାର ସୁରକ୍ଷା ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସାଂସ୍କୃତିକ ସଚେତନତା କାର୍ଯ୍ୟକ୍ରମ ସୋମବାର ବ୍ରହ୍ମପୁର ସହର ଉପକଣ୍ଠସ୍ଥିତ ମାର୍କଣ୍ଡି ଗ୍ରାମ ମାର୍କଣ୍ଡେଶ୍ୱର ଦେବାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବଶ୍ରୀ ଲଡୁକିଶୋର ମହାରଣା, ହୀନ ସାହୁ, ଭଗବାନ ମହାରଣା, ସାହେବ ସାହୁ, କୈଳାଶ ମହାରଣା, ପ୍ରଫୁଲ ମହାରଣା, ହୃଷିକେଶ ରାଉତ , ରବିନ୍ଦ୍ର ବେହେରା, ଶିବରାମ ରଣା, ପ୍ରମୁଖ ୨୫ ଜଣ କଳାକାର ସଦସ୍ୟ ସଂଘର ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ଭଗବାନ ସାମଲ ଏବଂ ନିଳ ମାଧବ ଜେନା ଙ୍କ ନେତୃତ୍ୱରେ ଭଜନ,ହନୁମାନ ଚାଳିଶା,ଓ ନାମ ସଂକୀର୍ତ୍ତନ , ପରିବେଷଣ କରାଯାଇଥିଲା । ଦକ୍ଷିଣ ଓଡିଶା ବରିଷ୍ଠ କଳାକାର ମହାସଂଘର ମହାସଚିବ ସୁବାଷ ଚନ୍ଦ୍ର ସାହୁ ,ରୋଶନ ସଂସ୍କୃତି ସଚେତନତା ମନୁଷ୍ୟ ଆଦର୍ଶକୁ ଜୀବନ ଶୈଳି ଶିକ୍ଷା ଦେଇ ସମାଜକୁ ସରସ ସୁନ୍ଦର ଗଠନରେ ସହାୟକ ହେବ ବୋଲି ଗ୍ରାମବାସୀ ସମ୍ମୁଖରେ ମତ ପ୍ରକାଶ କରିଥିଲେ ।ଏଥିସହ ଶେଷରେ ଲୋକକଳା ନିର୍ଦ୍ଦେଶକଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରିଶେଷରେ ସଂଘ ସଂପାଦକ ବଳଦେବ ସାହୁ ବରିଷ୍ଠ କଳାକାର ସଂଘର ଅଭିମନ୍ୟୁ ଉପସ୍ଥାପନା କରିବା ସହିତ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ