ଚାନ୍ଦବାଲିରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସ୍ୱାଧିନତାର ୭୨ବର୍ଷ ପରେ ମଧ୍ୟ ଚାନ୍ଦବାଲିରେ ବିଭିନ୍ନ ରାଜନୈତିକ ନେତୃବୃନ୍ଦ ଏଠାରେ ରାଜନୀତି କରୁଥିବା ବେଳେ ନଦୀନାଳ ଘେରା ଚାନ୍ଦବାଲିର ବିକାଶ ପହୁ ପଛରେ ଥିଲା । ଚାନ୍ଦବାଲିରେ ଏହି ବିକାଶର ଧାରା ବଜାଇ ରହିବା ସହ ଆଗାମୀ ଦିନରେ ଚାନ୍ଦବାଲି ରାଜ୍ୟର ସବୁଠାରୁ ବିକାଶଶୀଳ ନିର୍ବାଚନ ମଣ୍ଡଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣରେ ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳ ମଣିଙ୍କ ପୀଠର ଉନ୍ନତି କଳ୍ପେ ୬କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ ।୨୦୧୬ ମସିହାରେ ୧୫୦କୋଟି ଟଙ୍କାର ୮ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ଉକ୍ତ ଅନୁଦାନର ସୁବିନିଯୋଗ ହୋଇଥିବାରୁ ଚାନ୍ଦବାଲିର ବିକାଶ ଧାରାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ମଧ୍ୟାହ୍ନ ୧୨ଟାରେ ହେଲିକପ୍ଟରରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ରାଜକୀୟ ଠାଣିରେ ସଭାସ୍ଥଳକୁ ପାଛୋଟି ଅଣାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଚାନ୍ଦବାଲିର ବହୁ ପ୍ରତିକ୍ଷିତ ୧୦୦ କୋଟି ଟଙ୍କାରଗ୍ରୀଡ,ଭଦ୍ରକ-ଚାନ୍ଦବାଲି ରାଜରାସ୍ତା,ଷ୍ଟାଡିୟମ,ଜାମୁଝାଡି-ଧାମରା ରାସ୍ତା, ଶିଶୁ ଉଦ୍ୟାନ,ମତ୍ସ୍ୟପ୍ରକ୍ରିୟା କରଣ କେନ୍ଦ୍ର,ଉଦଘାଟନ କରବା ସହ ୧୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଦେଇଥିଲେ । ଏଥି ନିମନ୍ତେ ହୋଇଥିବା ସାଧାରଣ ସଭାରେ କୁନା ତ୍ରିପାଠୀ ସଭାର ସଂଯୋଜନା କରିଥିବା ବେଳେ ଜିଲ୍ଲାପାଳ ଜ୍ଞାନରଞନ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଚାନ୍ଦବାଲି ବିଧାୟକ ବିକାଶର ଧାରା ବଜାୟ ରହିବ ବୋଲି ନିଜର ବକ୍ତବ୍ୟ ରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ