ସୀମାନ୍ତ ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ

ଝାରପୋଖରିଆ,(ଭଗୀରଥ ମହାନ୍ତ) : ସାରସକଣା ବ୍ଲକ୍ ଅନ୍ତର୍ଗତ ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟରେ ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଅଗସ୍ତିଙ୍କ ସଭାପତିତ୍ତ୍ୱରେ “ ସଂସ୍କୃତ ସପ୍ତାହ ” ଦିବସ ପାଳନ ସଭା ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତାଙ୍କ ବ୍ୟକ୍ତବ୍ୟରେ ସଂସ୍କୃତ ଦିବସର ମହତ୍ତ୍ୱ ଓ ଆବଶ୍ୟକତା ସଂପର୍କରେ ଆଲୋକପାତ କରି ସଂସ୍କୃତ ଭାଷାର ସୁରକ୍ଷା ତଥା ପ୍ରଚାର ପ୍ରସାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ । ଉକ୍ତ ସଂସ୍କୃତ ସପ୍ତାହ ଦିବସ ପାଳନ ସଭାରେ ମୁଖ୍ୟ ଅତିଥି ଭାବରେ ବାଙ୍ଗିରିପୋଷି ବ୍ଲକ୍ ଅନ୍ତର୍ଗତ ବାଙ୍ଗିରିପୋଷିସ୍ଥିତ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଶ୍ରୀଯୁକ୍ତ ପରେଶ ଚନ୍ଦ୍ର ଦାଶ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କୃତ ଭାଷା ବିଜ୍ଞାନ ସମ୍ମତ , ଏହାର ପ୍ରାଚୀନତା ତଥା ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ସରକାରଙ୍କ ବିଭିନ୍ନ ଉଦ୍ୟମ ସଂପର୍କରେ ଅବଗତ କରାଇଥିଲେ । ସୀମାନ୍ତ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର ଝା , ପ୍ରାଧ୍ୟାପକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କୃତ ଭାଷା ଓ ସାହିତ୍ୟ କିଭଳି ସମାଜ ଉପରେ ପ୍ରତିଫଳିତ ହୋଇ ଆସିଛି ସେ ସଂପର୍କରେ ଅବଗତ କରାଇଥିଲେ । ସଂସ୍କୃତ ସପ୍ତାହ ପାଳନ ଅବସରରେ ସମ୍ମିଳନୀ କକ୍ଷରେ ସଂସ୍କୃତ ପୁସ୍ତକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୀମାନ୍ତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ସହିତ ଲେପ୍ଟନେଣ୍ଟ୍ ନିହାର ରଞ୍ଜନ ମହାନ୍ତ , ଅଜୟ କୁମାର ପରିଡା , ସ୍ଵପ୍ନେଶ୍ୱରୀ ମୁର୍ମୁ , ଡଃ. ସ୍ନିଗ୍ଧା ଆଚାର୍ଯ୍ୟ , ଡଃ. ରାମ କିଶୋର ହରିଜନ , ପ୍ରାଚୀପ୍ରଭା ପଢିଆରୀ , ଧରିତ୍ରୀ ବେହେରା , ନିରୋଜ ରଞ୍ଜନ ମହାନ୍ତ ମଧ୍ୟ ସହଯୋଗ କରିଥିଲେ । ପରିଶେଷରେ ସୀମାନ୍ତ ମହାବିଦ୍ୟାଳୟର ରାଜନୀତି ବିଭାଗ ତଥା ପରୀକ୍ଷା ବିଭାଗର ଅଧ୍ୟାପକ ରମେଶ ଚନ୍ଦ୍ର ବାନରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ