ସର୍ବକ୍ଷମା ଅବଧି ବଢାଇଲେ ରାଜ୍ୟସରକାର

ଭୁବନେଶ୍ୱର: – ଲୋକଙ୍କ ଆଗ୍ରହ ଓ ଭିଡକୁ ଆଖିଆଗରେ ରଖି ୧୫ ଦିନ ପାଇଁ ବଢିଛି ସର୍ବକ୍ଷମା ଅବଧି ବଢ଼ିଥିବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଜ୍ଝ ସର୍ବକ୍ଷମା ଅବଧି ସରୁଥିବାବେଳେ ଆଉ ୧୫ ଦିନ ପାଇଁ ସମୟକୁ ବଢାଇଦେଇଛନ୍ତି ସରକାର । ଏହା ପରେ ଆଉ ମହଲତ ଦିଆଯିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ଜ୍ଝ ଅବଧି ପରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଭାବେ ଜଣାଇଦିଆଯାଇଛି ଜ୍ଝ ଏଠାରେ ସୂଚନା ଥାଉ କି ୨୦୧୮ ଜୁନ ୨୦ରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସର୍ବକ୍ଷମା ଯୋଜନା ଆରମ୍ଭ କରାଯାଇଥିଲା। ଯାହାକି ୨୦୧୯ ଜୁନ୍ ୧୯ରେ ଶେଷ ହୋଇଥିଲା। ତେବେ ଆଶାତୀତ ହିତାଧିକାରୀ ଆବେଦନ କରି ନଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଆବେଦନର ଅବଧିକୁ ଆଉ ୬ ମାସ ବୃଦ୍ଧି କରାଯାଇଥିଲା। ତେବେ ସର୍ବକ୍ଷମା ଯୋଜନାରେ ଥିବା ନିୟମ କୋହଳ ହେଉ ନ ଥିବାରୁ ବହୁ ଲୋକ ଆବେଦନ କରୁ ନ ଥିବା ଜଣାପଡ଼ିଛି। ମହାନଗର ନିଗମ, ମ୍ୟୁନିସିପାଲିଟି, ଏନ୍ଏସି ଓ ଗ୍ରାମାଞ୍ଚଳ ଭଳି ୪ଟି ଭାଗରେ ଏହାକୁ ବିଭକ୍ତ କରାଯାଇଥିଲା। କମ୍ପାଉଣ୍ଡିଂ ଫି, ଏଫଏଆର ମୁଲ୍ୟ(ବେଞ୍ଚମାର୍କ ମୁଲ୍ୟ) ଓ ପାର୍କିଂ ଫି’ ହିସାବ କରି ଜରିମାନା ଧାର‌୍ୟ୍ୟ କରାଯାଇଥିଲା। ବିଭିନ୍ନ କର୍ତ୍ତୃପକ୍ଷଙ୍କ ପାଇଁ ଭିନ୍ନ ନିୟମ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ତେଣୁ ସମୟ ସୀମାକୁ ଫେବ୍ରୁଆରି ୫ ଯାଏ ବଢ଼ାଯାଇଥିଲା। ପୁଣି ଥରେ ୧୫ ଦିନ ପାଇଁ ଅବଧିକୁ ବଢାଯାଇଛି ଜ୍ଝ ସୂଚନା ଅନୁଯାୟୀ ବିଭିନ୍ନ କାରଣରୁ ସରକାରୀ ଅନୁମୋଦନ ନେଇ ନଥିବା ତଥା ଅନୁମୋଦିତ ନକ୍ସାରେ ବ୍ୟତିକ୍ରମ କରି ଗୃହ ନିର୍ମାଣ କରିଥିବା ବ୍ୟକ୍ତିବିଶେଷଙ୍କ ଲାଗି ରାଜ୍ୟ ସରକାର ‘ସର୍ବକ୍ଷମା’ ଯୋଜନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ