ଅର୍ବାନ ବ୍ୟାଙ୍କ ପକ୍ଷରୁ ଅସହାୟ ଉମେଶ କୁମାରଙ୍କୁୁ ସହାୟତା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ପକ୍ଷରୁ ଅସହାୟ ଉମେଶ କୁମାରଙ୍କୁ ୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଘନଶ୍ୟାମପୁର ଗ୍ରାମର ଉମେଶ କୁମାର ପାତ୍ରଙ୍କ ଏକମାତ୍ର ପୁଅ ରାଜେଶ କୁମାର ପାତ୍ର(୨୧) ଭୁବନେଶ୍ୱରର ଜଟଣୀରେ ଥିବା ଏକ ଷ୍ଟିଲ କାରଖାନାରେ କାମ କରୁଥିଲେ। ସେହି କାରଖାନାରେ କାର୍ଯ୍ୟରତ ଥିବା ସମୟରେ ବିଦ୍ୟୁତ କରେଣ୍ଟ ଲାଗି ରାଜେଶଙ୍କ ମୃତ୍ୟୁ ହୋଇଯାଇଛି। ରାଜେଶଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଅତ୍ୟନ୍ତ ଅସହାୟ ହୋଇପଡିଛି। ଏସମ୍ପର୍କରେ ଜାଣିବା ପରେ ଅର୍ବାନ ବ୍ୟାଙ୍କ ସଭାପତି ଗୁରୁ ପ୍ରସାଦ ମହାନ୍ତି ସେହି ଗରିବ ଅସହାୟ ପରିବାରକୁ ପୁଅର ସୁଧିକ୍ରୀୟା କରିବା ନିମନ୍ତେ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବ୍ୟାଙ୍କ ସିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କର ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡା ଘନଶ୍ୟାମପୁରସ୍ଥିତ ବାସଭବନରେ ପହଞ୍ଚି ଉମେଶ କୁମାରଙ୍କୁ ୫ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି। ଏହି ସହାୟତା ପ୍ରଦାନ ସମୟରେ ବ୍ୟାଙ୍କର ଆଇ.ଟି. ମ୍ୟାନେଜର ଆଦିତ୍ୟ କୁମାର ଶତପଥୀ ଓ ସହକାରୀ ପରିଚାଳକ ଭଞ୍ଜକିଶୋର ଜେନା ଉପସ୍ଥିତ ଥିଲେ।


