ବିଧାୟକଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୨ ନଂ ୱାର୍ଡ  ନିମପଲ୍ଲୀ ଗ୍ରାମ ନିକଟ ଘୋଡାହାଡ଼ ଡ଼୍ୟାମ ରାସ୍ତାକଡ ରେ ରାଜ୍ୟସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରଦତ୍ତ ୨ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟ ରେ ନବ ନିର୍ମିତ ବହୁମୁଖି ଭବନ ଗୃହ(ଏମ.ପି.ଏଚ) କୁ ସୋମବାର ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ  ଶୁଭ ଉଦଘାଟନ କରିଛନ୍ତି। ଏନ୍ଏସି  ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା , କାର୍ଯ୍ଯନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର , ଗ୍ରାମ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ .ସମ୍ବିତ କୁମାର ଜେନା , ସହକାରୀ ଯନ୍ତ୍ରୀ ଇଂ . ଲଡୁ କିଶୋର ବେହେରା , ଠିକାଦାର ସରୋଜ କୁମାର ପାତ୍ର ସମେତ କାଉନସିଲର ସୁଶାନ୍ତ କୁମାର ପାତ୍ର , ସନ୍ତୋଷିନୀ ବେହେରା , ମାମୁନି ବେହେରା , ଇ . ଗାୟତ୍ରୀ , ଜୋସ୍ନା ଜେନା , ନୀଳମାଧବ ଗୈାଡ,କାଉନସିଲର ପ୍ରତିନିଧି ରମେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ।ପରେ ବିଧାୟକ ଏନ୍ଏସି ସଭା ଗୃହରେ ପହଞ୍ଚି ୨୩ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨ କୋଟି ୪୫ ଲକ୍ଷ ବ୍ୟୟରେ ନିର୍ମାଣ ହେବାକୁ ଥିବା ସହର ଉପକଣ୍ଠ କୃଷି  କାର୍ଯ୍ୟଳୟ ଠାରୁ କୁଶପଡା ଗ୍ରାମ ଯାଏଁ ପକ୍କା ରାସ୍ତା ଏବଂ ୩ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଚକାତେନ୍ତୁଳି ଗ୍ରାମ ଠାରୁ – ଧେରେଣ୍ଡି ଗ୍ରାମ ଯାଏଁ ରାସ୍ତା ପ୍ରକଳ୍ପ ପାଇଁ ବିଧାୟକ ଶିଳାନ୍ୟାସ କରିଥିଲେ। ଦିଗପହଣ୍ଡି ଏନ୍ଏସି ଅଞ୍ଚଳର ବିକାଶ କ୍ଷେତ୍ରରେ ସର୍ବଦା ଅବହେଳିତ ହୋଇ ଆସୁଥିବା ବେଳେ ସମ୍ପ୍ରତି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ ଏବଂ ଏନଏସି ଅଧ୍ୟକ୍ଷ  ଓ କାର୍ଯ୍ୟନିର୍ବାହୀ ଅଧିକାରୀ  ଙ୍କ ପ୍ରଚେଷ୍ଟାରେ  ସହରର ବିବିଧ ଉନ୍ନତି କରାଯାଉଥିବା ବିଧାୟକ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ