ଏରୋସ୍ପେସ ଓ ଆଭିଏସନ କ୍ଷେତ୍ର ପାଇଁ ଏନଏସଡିସି ର କୁଶଳୀ ପ୍ରତିଭା ପ୍ରସ୍ତୁତି
ଏରୋସ୍ପେସ ଏବଂ ଆଭିଏସନ ସେକ୍ଟର ସ୍କିଲ କାଉନସିଲ (ଏଏଏସଏସସିି) ଓ ନ୍ୟାସନାଲ ସ୍କିଲ ଡେଭେଲପମେଂଟ କର୍ପୋରେସନ (ଏନଏସଡିସି) ସହଯୋଗରେ ଆଭିଏସନ ଉଦ୍ୟୋଗର ୫ ଟି ଉପକ୍ଷେତ୍ରରେ ୭୨ ପ୍ରକାର କର୍ମ ନିଯୁକ୍ତି ପାଇଁ ଯୋଗ୍ୟତା ନିୟମାବଳୀ ପ୍ରସ୍ତୁତ କରାଯାଇଛି । ଆଗାମି ଦିନଗୁଡିକରେ ଏରୋସ୍ପେସ ଓ ଆଭିଏସନ କ୍ଷେତ୍ରରେ ଚାହିଦା ବୃଦ୍ଧି ହେବା ଆଶା କରାଯାଇଥିବାରୁ ଏଥିପାଇଁ କାର୍ଯ୍ୟବଳ ପ୍ରସ୍ତୁତ କରିବା ଏହି ପରିକଳ୍ପନା ର ମୂଖ୍ୟ ଉଦ୍ଦେଶ୍ୟ । ଭାରତୀୟ ବିମାନ ବଜାର ଦୃତ ଗତିରେ ବୃଦ୍ଧି ପାଉଛି । ଏହା ଚଳିତ ବର୍ଷ ତୃତୀୟ ଏବଂ ୨୦୩୦ରେ ସର୍ବବୃହତ ବଜାର ଭାବରେ ଉଭା ହେବ ବୋଲି ଆଶା କରାଯାଉଛି ।
ଏହି ନୂତନ ପରିଯୋଜନା ଅନୁସାରେ ଏୟାରଲାଇନ କ୍ୟାବିନ କ୍ରୁ, ଏୟାରଲାଇନ କଷ୍ଟମର ସର୍ଭିସ ଏକଜୁକ୍ୟୁଟିଭ, ଏୟାରଲାଇନ ରିଜରଭେସନ ଏଜେଂଟ, ଏୟାରଲାଇନ ରାମ୍ପ ଏକଜୁକ୍ୟୁଟିଭ ଆଦି କୋର୍ସ ପ୍ରଚଳନ କରାଯିବ । ଏହି ପଦକ୍ଷେପ ପାଇଁ ୨୦୧୯ରେ ଋଷିଆର କାଜାନ ଠାରେ ଅନୁଷ୍ଠିତ ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗୀତାରେ ଭାରତର ଉଚ୍ଚ ପ୍ରଦର୍ଶନ ପ୍ରେରଣା ଯୋଗାଇଛି । ଏଥିରେ ୨୩ ବର୍ଷୀୟା ଆନନ୍ଦ ଶ୍ରୀ ଗଣେଷ ଭାରତର ପ୍ରତିନିଧିତ୍ୱ କରିଥିଲେ । ଉଦ୍ୟୋଗ ଜଗତର ଅନୁମାନ ମୁତାବକ ମୋଟ ୧୧୬.୭ମିଲିୟନ ଇନବାଉଣ୍ଡ ଓ ଆଉଟବାଉଣ୍ଡ ଯାତ୍ରୀ ବର୍ତମାନ ଭାରତ ସିଭିଲ ଆଭିଏସନ କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ରହିଛି । ୨୦୩୫ ମସିହା ସୁଦ୍ଧା ଭାତରୀୟ ସିଭିଲ ଆଭିଏସନ କ୍ଷେତ୍ରରେ ୦.୮ମିଲିୟନ ରୁ ୧ମିଲିୟନ ଲୋକ ପ୍ରତ୍ୟେକ୍ଷ ଭାବରେ ଏବଂ ପ୍ରାୟ ୩ ମିଲିୟନ ପରୋକ୍ଷ ଭାବରେ ଏୟାରପୋର୍ଟ, ଏୟାରଲାଇନ୍ସ କାର୍ଗୋ, ଏମଆରଓ ଓ ଗ୍ରାଉଣ୍ଡ ହ୍ୟାଣ୍ଡଲିଙ୍ଗ ରେ ନିୟୋଜିତ ହେବେ ।


