ଜାତୀୟ ପ୍ରତିରକ୍ଷା କଲେଜ ତାଲିମ ସଦସ୍ୟଙ୍କ ଗଂଜାମ ଜିଲ୍ଲା ଗସ୍ତ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍): ନୂଆ ଦିଲ୍ଲୀ ସ୍ଥିତ ଜାତୀୟ ପ୍ରତିରକ୍ଷା କଲେଜର ତାଲିମ ସଦସ୍ୟ ମାନେ ଗଂଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ୧୪ଜଣିଆ ସଦସ୍ୟ ବିଶିଷ୍ଟ ଏହି ଦଳରେ ଫ୍ରାନ୍ସ, ଇଣ୍ଡୋନେସିଆ, ନେପାଳ, ଉଗାଣ୍ଡା ପ୍ରଭୃତି ଦେଶର ସେନା ଅଧିକାରୀ ମାନେ ସାମିଲ ହୋଇଥିଲେ । ଅନିସ ଜୋସେଫ ଚନ୍ଦ୍ରାଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧୀ ଦଳ ପୂର୍ବାହ୍ନରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହିତ ଔପଚାରିକ ବୈଠକରେ ଯୋଗଦାନ କରି ଗଂଜାମରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ରାଜ୍ୟ ସରକାରଙ୍କ ୫ଟି ଏବଂ ମୋ ସରକାର ଆଧାରରେ କିପରୀ କାର୍ଯ୍ୟ ତ୍ୱରାନ୍ୱୀତ ହେଉଛି ତାହା ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ୱୟଂ ସିଦ୍ଧା ଯାହାକି ଆପାତକାଳରେ ମହିଳା ମାନେ କିପରୀ ସହାୟତା ପ୍ରଦାନ କରିପାରିବେ ତାହାର ପ୍ରଦର୍ଶନ ଦେଖିଥିଲେ । ପ୍ରାରମ୍ଭରେ ଏହି ପ୍ରତିନିଧି ଦଳକୁ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ସହ ତାଙ୍କ ପାଛୋଟି ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଠାରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ପ୍ରୋଜେକ୍ଟ ମାଧ୍ୟମରେ ଦେଖାଇଥିଲେ । ପରେ ଏହି ପ୍ରତିନିଧି ଦଳ ଛତ୍ରପୁର ବ୍ଲକ୍ ର ଭିକାରୀପଲ୍ଲୀ ପଂଚାୟତର ନୂଆପଲ୍ଲୀ ଗ୍ରାମରେ ଉଦ୍ୟାନ ବିଭାଗ ପକ୍ଷରୁ ମହିଳା ସ୍ୱୟଂସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ହୋଇଥିବା ଗୋଲାପ ଚାଷ ବୁଲି ଦେଖିବା ସହ କଣମଣା ପଂଚାୟତର ଟାକିରିଆ ବ୍ରହ୍ମପୁର ଗ୍ରାମରେ ହୋଇଥିବା ଆଧୁନିକ ଧରଣର କଲ୍ୟାଣ ମଣ୍ଡପ, କାଳିପଲ୍ଲୀର ସିଲେଇ ସେଂଟର୍ । ଚମାଖଣ୍ଡି ପଞ୍ଚାୟତର ଚନ୍ଦ୍ରପଦାରେ ନିର୍ଭୟକଢି ଏବଂ ମୋ ଗେହ୍ଲା ଝିଅ ପ୍ରତିନିଧୀ ମାନଙ୍କୁ ପ୍ରଦର୍ଶନ କରି ବିସ୍ତୃତ ଅବଗତ କରାଯାଇଥିଲ।। ଆମ୍ବପୁଆ ଠାରେ ବ୍ରହ୍ମପୁର ଆରଏମସିର ଫୁଲ ବିପଣନ କେନ୍ଦ୍ର ବୁଲି ଦେଖିଥିଲେ । ଏ ଗଞ୍ଜାମ ଜିଲ୍ଲାର ଡ଼ିଆରଡ଼ିଏ ପିଡ଼ି ଇଂ. ସିର୍ଦ୍ଧାର୍ଥ ଶଙ୍କର ସ୍ୱାଇଁ, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ବିଡିଓ ଅମ୍ବିକାଶ ପ୍ରସାଦ ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡି , ଉଦ୍ୟାନ ଉପନିର୍ଦ୍ଦେଶକ ଦିଗାମ୍ବର ପଣ୍ଡା ଏବଂ ଅନ୍ୟାନୟ ବିଭାଗୀୟ ଅଧିକାରୀ ପ୍ରତିନିଧୀ ମାନଙ୍କୁ ବିଭିନ୍ନ ଯୋଜନାର ବାବଦରେ ଅବଗତ କରାଇଥିଲେ ।


