୨୧ନଂ ଜୋନ୍ ଦିଲ୍ଲୀପଙ୍କ ପ୍ରଚାର ଜୋରଦାର
ଚାରିଛକ (ଯୁଗାବ୍ଦ ନ୍ୟୁଜ): ନିମାପଡା ନିର୍ବାଚନ ମଣ୍ଡଳୀ ୨୧ନଂ ଜୋନରେ କଂଗ୍ରେସ ପ୍ରାର୍ଥୀ ନିମାପଡା-ଗୋପ ନବ ନିର୍ମାଣପରିଷଦର ଅଧ୍ୟକ୍ଷ ତଥା ସମାଜସେବୀ ଦିଲ୍ଲୀପ କୁମାର ନାୟକ ତାଙ୍କର ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର ଚଳାଇଛନ୍ତି । ଶ୍ରୀ ନାୟକ ରାଜନୀତିରେ ପ୍ରବେଶ କଲାପରଠାରୁ ଅଞ୍ଚଳରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିବା ଜଣାପଡିଛି । ଅନେକ ସମୟରେ ଶ୍ରୀ ନାୟକ ଲୋକଙ୍କ ସୁଖଦୁଃଖରେ ସାମିଲ ହେବା ସହିତ ଦୁଖିରଙ୍କିମାନଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ ସହଯୋଗ କରୁଥିବା ନଜିର ରହିଛି । ଶୁକ୍ରବାର ସକାଳୁ ଶ୍ରୀ ନାୟକ ଭୋଦର, ତୁଳସୀପୁର ପଞ୍ଚାୟତରେ ଶତାଧିକ କର୍ମୀଙ୍କୁ ସାଙ୍ଗରେ ଧରି ଘରଘର ବୁଲି ନିର୍ବାଚନ ପ୍ରଚାର କରିଥିଲେ । ଆସନ୍ତା ସାଧାରଣ ନିର୍ବାଚନରେ ଜଗତସିଂହପୁର ସାଂସଦ ପ୍ରାର୍ôଥନୀ ପ୍ରତିମା ମଲ୍ଲିକ ଏବଂ ନିମାପଡାର ବିଧାୟକ ପ୍ରାର୍ଥୀ ଭାବେ ନିଜ ସପକ୍ଷରେ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କରିଥିଲେ । ତାଙ୍କ ସହିତ ଭୋଦର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ୍ତ ନାୟକ, ତୁଳସୀପୁରର ସମିତି ସଭ୍ୟ ବିଭୂତି ଭୁଷଣ ଦାଶ, ପୂର୍ବତନ ସମିତି ସଭ୍ୟ ସୁରେନ୍ଦ୍ର ମଲ୍ଲିକ, ପୂର୍ବତନ ସରପଞ୍ଚ ଆର୍ତ୍ତତ୍ରାଣ ଦାସ, ଯୁବନେତା ଅକ୍ଷୟ ନାୟକ, ବନବିହାରୀ ଦାଶ, ଅର୍ଜୁନ ସ୍ୱାଇଁ, ଶ୍ରୀଧର ମିଶ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ । ଏଥର ନିର୍ବାଚନରେ ନିମାପଡା ନିର୍ବାଚନ ମଣ୍ଡଳୀରେ ବିଜେଡି ଏବଂ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି ।