ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଇଁ ଆସିକା ସମବାୟ ଚିନିଶିଳ୍ପ ଲିଃ ଉତ୍ସବ ମୁଖର
ଆସିକା (ୱାଇଏନ୍ଏସ୍) : ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଦେବଶିଳ୍ପୀ ପ୍ରଭୂ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ଆସିକା ସମବାୟ ଚିନିଶିଳ୍ପ ଲିଃରେ ଉତ୍ସାହ ଓ ଉଦ୍ଦୀପନାର ସହ ପାରମ୍ପରିକ ରୀତିନୀତି ମହାଆଡମ୍ବରରେ ପାଳିତ ହୋଇଯାଇଛି । ଆସିକା ସମବାୟ ଚିନିଶିଳ୍ପର ଦୁର୍ଗାମଣ୍ଡପରେ ବିରାଜି ଥିବା ପ୍ରଭୂ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ମୃଣ୍ମୟ ମୂର୍ତ୍ତୀ ଏବଂ ଆକର୍ଷଣୀୟ ତୋରଣ ଓ ରଙ୍ଗୀନ ଅଲୋକମାଳାର ସାଜସଜାରେ ପୂଜାମଣ୍ଡପ ଝଲସି ଉଠିଥିବା ଦେଖିବାକୁ ମିଳିଥିଲା । ଆସିକା ସମବାୟ ଚିନିଶିଳ୍ପ ଲିଃର ପୂଜାମଣ୍ଡପରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଶିଳ୍ପାନୁଷ୍ଠାନର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା। ଆସିକା ସମବାୟ ଚିନିଶିଳ୍ପର ଦୁର୍ଗାମଣ୍ଡପରେ ଅନୁଷ୍ଟିତ ଦେବଶିଳ୍ପୀ ପ୍ରଭୂ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଚିନିକଳର ବିଦ୍ୟୁତ ବିଭାଗର କର୍ମଚାରୀ ରବିନ୍ଦ୍ର କୁମାର ମହାରଣା ହୋମଯଜ୍ଞ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ନିଷ୍ଟାର ସହ ରହି ଦାୟିତ୍ୱ ନିର୍ବାହ କରିଥିବା ଦେଖିବାକୁ ମିଳିଥିଲା। ଶେରଗଡ ନିକଟସ୍ଥ ମଥୁରା ଗ୍ରାମର ବିଦ୍ୱାନ ଅଭିଜ୍ଞ ପଣ୍ଡିତ ଗୋପାଳକୃଷ୍ଣ ହୋତା ଓ ସହଯୋଗୀ ପଣ୍ଡିତ ଲକ୍ଷ୍ମୀକାନ୍ତ ହୋତାଙ୍କ ମନ୍ତ୍ରୋଚାରଣରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ଆବାହନ କରାଯାଇଥିଲା । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା ଏବଂ ସଂପାଦକ ସନ୍ତୋଷ କୁମାର ମଲିକଙ୍କ ପରାମର୍ଶରେ ଅନୁଷ୍ଠିତ ହୋଇଥିବା ଏହି ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଚିିନିଶିଳ୍ପର ଏଓ ଚିତ୍ତଚିନ୍ମୟ ରଂଜନ ନାୟକ, ବରିଷ୍ଠ କର୍ମଚାରୀ ଶ୍ରୀନିବାସ ମହାପାତ୍ର, କେଦାରନାଥ ସାହୁ, ବଳରାମ ସୁବୁଦ୍ଧି, ଅନିଲ୍ କୁମାର ଦାଶ, ପ୍ରଶାନ୍ତ କୁମାର କର, ଦିଲୀପ କୁମାର ଗୌଡ, ଅରୁଣ କୁମାର ପାତ୍ର, କୃଷ୍ଣଚନ୍ଦ୍ର ଲେଙ୍କା, ବାଇଧର ନାହାକ, ରାମପ୍ରସାଦ ଶତପଥୀ, ଅକ୍ଷୟ କୁମାର ସ୍ୱାଇଁ, ପ୍ରଦୀପ କୁମାର ପାଢୀ, ଜଗଦିଶ ପାତ୍ର, ଦୁଷ୍ମନ୍ତ ପାଢୀ, ରାଧାମାଧବ ନାହାକ, ଜ୍ୟୋତିର୍ମୟୀ ରାଉତ, ଧ୍ରୁବଚରଣ ସାହୁ, ଚିରଞ୍ଜିବୀ ମହାନ୍ତି, କାମେଶ୍ୱର ବେହେରା, ଦିଲୀପ କୁମାର ସ୍ୱାଇଁ, ଶ୍ରୀପାଳୀ ସୁନ୍ଦର ଦାଶ, ସୁଶାନ୍ତ କୁମାର ପାତ୍ର, ବିଶ୍ୱନାଥ ପାଣିଗ୍ରାହୀ, ବିଷ୍ଣୁପ୍ରସାଦ ଜେନା, ଉଲ୍ଲାସ କୁମାର ରେଡି, ସୁମନ୍ତ କୁମାର ପଟ୍ଟନାୟକ, ଆଶିଷ୍ କୁମାର ପରିଡା, ଜଗନ୍ନାଥ ପଟ୍ଟନାୟକ, ରାଜେଶ୍ କୁମାର ନାୟକ, ବ୍ରଜବଲ୍ଲଭ ପାଢୀ, ବିକାଶ ପଟ୍ଟନାୟକ, ରାଜ୍ଗୋପାଳ ପାଢୀ, ସୁଜିତ୍ କୁମାର ପୃଷ୍ଟିଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆଗମନରେ ଆସିକା ସମବାୟ ଚିନିଶିଳ୍ପ ଲିଃର ପୂଜାମଣ୍ଡର ଉତ୍ସବମୁଖର ହୋଇଉଠିଛି । ଝିଲିମିଲି ରଙ୍ଗୀନ ଆଲୋକମାଳାରେ ପୂଜାମଣ୍ଡପରେ ଦେବଶିଳ୍ପୀ ପ୍ରଭୂ ଶ୍ରୀ ବିଶ୍ୱକର୍ମାଙ୍କୁ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି । ଦେବଶିଳ୍ପୀ ପ୍ରଭୂ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ଉପଲକ୍ଷେ ଆସିକା ସମବାୟ ଚିନିଶିଳ୍ପର ପୂଜାମଣ୍ଡପରେ ଠାକୁରଙ୍କୁ ପୂଜା କରିବା ପାଇଁ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଅହେତୁକ ଉତ୍କଣ୍ଠା ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା । ସ୍ଥପତି ଓ ନିର୍ମାଣର ଦେବତା ବାବା ବିଶ୍ୱକର୍ମାଙ୍କ ପୂଜା ଆସିକା ସମବାୟ ଚିନିଶିଳ୍ପ ଲିଃ ପକ୍ଷରୁ ଆନନ୍ଦ ଉଲ୍ଲାସର ସହ ଆରମ୍ଭ ହୋଇଥିଲା ବେଳେ ଝିଲ୍ମିଲ୍ ଆଲୋକମାଳାରେ ପୂଜା ମଣ୍ଡପ ଝଲସି ଉଠୁଥିବା ଲକ୍ଷ୍ୟ କରାଯାଇଛି। ସ୍ୱର୍ଗର ଶ୍ରେଷ୍ଠ ଶିଳ୍ପୀ ଭାବେ ଶିଳ୍ପରାଜ ବିଶ୍ୱକର୍ମାଙ୍କୁ ପୂଜା କରାଯାଇଥାଏ । ବିଶ୍ୱ ସର୍ଜନାର ବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା ପାଇଁ ଆସିକା ସମବାୟ ଚିନିଶିଳ୍ପ ଲିଃ ଉତ୍ସବମୁଖର ହୋଇପଡିଥିବା ଦେଖିବାକୁ ମିଳିଛି । ଗୁରବାର ଦେବଶିଳ୍ପୀ ବିଶ୍ୱକର୍ମା ମହାପ୍ରଭୁ ଧରାବତରଣ କରି ଆସିକା ସମବାୟ ଚିନିଶିଳ୍ପ ଲିଃର ପୂଜାମଣ୍ଡପରେ ବିରାଜମାନ କରିଥିବା ଦେଖିବାକୁ ମିଳିଛି । ଆସିକା ସମବାୟ ଚିନିଶିଳ୍ପ ଲିଃର ପୂଜାମଣ୍ଡପକୁ ଆକର୍ଷଣୀୟ ଡିଜାଇନ୍ରେ ସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି । ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଗୁରବାର ଆସିକା ସମବାୟ ଚିନିଶିଳ୍ପ ଲିଃରେ ଧୁମ୍ ଧାମ୍ରେ ପାଳିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଆଶ୍ୱିନ କନ୍ୟା ସଂକ୍ରାନ୍ତୀ ତିଥିରେ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଆସିକା ସମବାୟ ଚିନିଶିଳ୍ପ ଲିଃରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଥିଲା ବେଳେ ପୂଜାମଣ୍ଡପରେ ସନ୍ଧ୍ୟା ଆଳତୀ ଦର୍ଶନ ସହ ଭଗବାନ ବିଶ୍ୱକର୍ମାଙ୍କ ଆଶିଷ ଲାଭ କରିବା ପାଇଁ କର୍ମଚାରୀ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଆଶାତୀତ ଭାବେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା ।


