ବିଶ୍ଵକର୍ମା ଜୟନ୍ତୀ ପାଳିତ

ରାୟଗଡ଼ା(ଓ୍ବାଇଏନଏସ): ଭାରତୀୟ ମଜଦୁର ସଂଘ ୧୭ ସେପ୍ଟେମ୍ବର ଭଗବାନ ବିଶ୍ଵକର୍ମା ଜୟନ୍ତୀ କୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ସାରା ଦେଶରେ ପାଳନ କରି ଆସୁଛି।
ଏହି ଅବସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମହାଆଡମ୍ବରରେ ପାଳନ କରାଯାଇଥିଲା। ଏହି ଉପଲକ୍ଷେ ସକାଳ ସମୟରେ ବାରିଝୋଲା ଗ୍ରାମ ଠାରେ ବୃକ୍ଷ ରୋପଣ କରାଯାଇଥିଲା ପରେ ସ୍ଥାନୀୟ ଗାୟତ୍ରୀ ନଗର ସ୍ଥିତ ବରିଷ୍ଠ ନାଗରିକ କାର୍ଯ୍ୟାଳୟ ଠାରେ ଏକ ସଭା ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭଗବାନ ବିଶ୍ଵକର୍ମା , ଭାରତ ମାତା , ସଂଘର ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡୀ ଜିଙ୍କ ଫଟୋ ଚିତ୍ର ରେ ପୂଷ୍ପ ଦ୍ଵିପ ପ୍ରଜ୍ବଳନ କରି , ଶ୍ରମିକ ଗୀତ ଗାନ କରା଼ଯାଇ ସାରା ଦେଶରେ ମୃତ୍ୟୁ ବରଣ କରିଥିବା ସମସ୍ତ ଶ୍ରମିକ ଭାଇ ଭଉଣୀ ମାନଙ୍କ ଉଦ୍ଦେଶ୍ୟରେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶୁଭାସ ଚନ୍ଦ୍ର ମଣ୍ଡଳ, ମୁଖ୍ୟ ବକ୍ତା ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ, ସମ୍ମାନୀୟ ଅତିଥି ଭାବେ ସହ ଶ୍ରମ ଅଧିକାରୀ ନିରଞ୍ଜନ ଭୂଇଁଆ , ରାଜ୍ୟ ସମ୍ପାଦକ ତଥା ପ୍ରଭାରି ବିଶ୍ବରଂଜନ ସାହା ଯୋଗ ଦେଇ ଭାରତୀୟ ବିଚାର ରେ ଭାରତ ଗଠନରେ ଏକ ଅଣ ରାଜନୈତିକ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ହୋଇ ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ସହ ଭାରତୀୟ ବିଚାର ରେ ସମର୍ପିତ ହୋଇ ଶୃଙ୍ଖଳିତ ଭାବେ ନିଜର କର୍ମମୟ ଜୀବନ ମଧ୍ୟରେ ଭାରତୀୟ ବିଚାର ଧାରାରେ ରାଷ୍ଟ୍ରହିତ , ଉଦ୍ୟୈ।ଗହିତ , ଶ୍ରମିକହିତ ଏବଂ ତ୍ୟାଗ ତପସ୍ୟା ଆଉ ବଳିଦାନ କୁ ଦୃଷ୍ଟିରେ ରଖି ଭାରତୀୟ ମଜଦୁର ସଂଘ କୁ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିବା ରେ ଶ୍ରମିକ ମାନଙ୍କ ଯେଉଁ ଅବଦାନ ରହିଛି ତାକୁ ସମ୍ମାନ ଦେବା ସହିତ , ମାତୃ ଶକ୍ତି ଆଜିର ଦିନରେ ନିଜ ପରିବାର, ନିଜ କର୍ମମୟ ଜୀବନ ମଧ୍ୟରେ ଭାରତୀୟ ମଜଦୁର ସଂଘ କୁ ଆଗକୁ ନେବାରେ ପାରଦର୍ଶିତା ରଖିଥିବାରୁ ଭୂୟସୀ ପ୍ରଶଂସା କରିବା ସହ ସମ୍ମାନ ଜଣାଇ ଥିଲେ। ସରକାର ଆଜିର ଦିନରେ ଅଙ୍ଗନୱାଡ଼ି କର୍ମୀ , ଆଶା କର୍ମୀ , ପାଚିକା , ଠିକା ଶ୍ରମିକ , ସଫେଇ କର୍ମଚାରୀ , ସୁରକ୍ଷା କର୍ମୀ, ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଭାଇ ଭଉଣୀ ମାନଙ୍କୁ ଅଣଦେଖା କରୁଥିବା ଏବଂ କଳକାରଖାନା ରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଛଟେଇ କରାଯାଉଥିବା ଭଳି ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ଦାବି କରିବା ସହ ବିଶ୍ଵକର୍ମା ଜୟନ୍ତୀକୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୁପେ ଘୋଷଣା କରିବା ପାଇଁ ଦାବି କରିଥିଲେ । ଏହି ଅବସରରେ ରାୟଗଡ଼ା ପ୍ରତିଷ୍ଠିତ ୫ ଜଣଙ୍କୁ ବିଶ୍ଵକର୍ମା ଶ୍ରମ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଜିଲ୍ଲା ସଭାପତି ମୋହନ ରାଓ ମାଝୀ ଏବଂ ଜିଲ୍ଲା ସଂପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରର୍କର୍ସ ଆସୋସିଏସନ୍, ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ , ବିଶ୍ଵକର୍ମା ମଜଦୁର ସଂଘ , ରାୟଗଡ଼ା ଜିଲ୍ଲା ବ୍ୟବସାୟ ମଜଦୁର ସଂଘ , ରାୟଗଡ଼ା ଜିଲ୍ଲା ସଫେଇ ମଜଦୁର ସଂଘ , ଉତ୍କଳ ଆଲୁମିନା ମଜଦୁର ସଂଘ , ଜେ କେ ପେପର ମିଲ ମଜଦୁର ସଂଘ , ଇମ୍ଫା ଠିକା ମଜଦୁର ସଂଘ , ପାଚିକା ସଂଘ , ରାୟଗଡ଼ା ଜିଲ୍ଲା ହୋଟେଲ କର୍ମଚାରୀ ସଂଘ , ରାୟଗଡ଼ା ଜିଲ୍ଲା ସ୍ବାବଲମ୍ବୀ କାରିଗର ସଂଘ , ରାୟଗଡ଼ା ଜିଲ୍ଲା ପରିବା ବ୍ୟବସାୟ ସଂଘ , ମୁନିସିପାଲଟି ସଫେଇ ମଜଦୂର ସଂଘ ଏବଂ ୧୧ ଟି ବ୍ଳକର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ଉପସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ ମଞ୍ଚ ପରିଚାଳନା କରିଥିବା , କାର୍ଯ୍ୟକ୍ରମ ରେ ଅରୁଣ ଲେଙ୍କା , ପ୍ରେମ କୁମାର ପଟ୍ଟନାୟକ , ସଞ୍ଜୟ ରାଜଗୁରୁ, ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ
ଶ୍ରୀମତୀ ଉଷାରାଣୀ ଦାଶ , ଶ୍ରୀମତୀ ଗୀତା ହିଆଲ , ନେହା ସିଂ , ଧର୍ମ ସିଂ ନାଗ , ଦୂର୍ଗା ମାଧବ ଘୋଷ , ଏମ ରାମ ବାବୁ , ନିରଞ୍ଜନ ସେନାପତି,ସୁନ୍ଦର ରାଓ କାଡ଼ାକା , ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ