ଆନ୍ଦୋଳନ ପରେ ସଫଳତା ମିଳିଲା -ଜିଲ୍ଲା ଭାଜପା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଭାଜପା ପକ୍ଷରୁ ରାଲି,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ ଯୋଗୁଁ ସଫଳତା ମିଳିଲା । ଗଜପତି ଜିଲ୍ଲାର ଚାଷୀମାନଙ୍କ ଧାନ ମଣ୍ଡିର ସମସ୍ୟା ଦୁରହେଲା ବୋଲି ଏକ ଖବରଦାତା ସମ୍ମିଳନୀ ଜରିଆରେ କୁହାଯାଇଛି । ଗଜପତି ଜିଲା ଭାଜପା କାର୍ଯ୍ୟାଳୟ ଠାରେ କୁହାଯାଇଛି ଯେ, ଗତ ୪ତାରିଖ ଦିନ କୃଷକମାନଙ୍କ ଧାନମଣ୍ଡି ସମସ୍ୟାକୁ ନେଇ ଭାଜପା ପକ୍ଷରୁ ଯେଉଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ତାହା ସଫଳ ହୋଇଛି ଆଜି । ଏହି ସମ୍ମିଳନୀରେ ଜିଲା ଭାଜପା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣରାଓ କହିଥିଲେ ଯେ ଗତ ୪ତାରିଖ ଦିନ ଭାଜପା ଧାନମଣ୍ଡିରେ ଅନିୟମିତତାକୁନେଇ ଯେଉଁ ବିକ୍ଷୋଭ ଶୋଭାଯାତ୍ରା ବାହାରିଥିଲା ତାହାର ପ୍ରଭାବରେ ସରକାରଙ୍କ ପକ୍ଷରୁ ନୂତନ ଭାବେ ଗଜପତି ଜିଲାରୁ ୧ଲକ୍ଷ ୪୯ହଜାର ୨୫୩କୁଇଣ୍ଟାଲ ଧାନ କ୍ରୟ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି । ଏହା ଦ୍ୱାରା ଜିଲାର ଧାନ ଚାଷୀମାନେ ଉପକୃତ ହେବେ ବୋଲି ଭାଜପା କହିଛି । ସେହିପରି ଯାନବାହାନ ଯାଞ୍ଚକୁ ନେଇ ବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ମନମୁଖୀ ଶାସନକୁ ନେଇ ଯେଉଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ସେଥିପ୍ରତି ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବାରୁ ଆଗାମୀ ଦିନରେ ଜିଲା ଭାଜପା ପୁଣି ପରିବହନ ବିଭାଗ ବିରୁଦ୍ଧରେ ବିଭିନ୍ନ ବ୍ଲକସ୍ତରରୁ ଆରମ୍ଭ କରି ସହରାଞ୍ଚଳରେ ତୀବ୍ର ଆନ୍ଦୋଳନ କରିବ ବୋଲି ଏହି ସମ୍ମିଳନୀରେ କୁହାଯାଇଥିଲା । ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ଅନୀତାରାଣୀ ବେହେରା, କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍‌. ସିମାଦ୍ରୀ, ପୂର୍ବତନ ନଗରପାଳ ତ୍ରିପତି ନାୟକ, ପି.କ୍ରିଷ୍ଣା, ଜିଲା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଏମ୍‌.ମୂରଲୀ କ୍ରିଷ୍ଣା, ପ୍ରଶାନ୍ତ ପାଳ ଜମାଦାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ