ଜିଲ୍ଲା କଂଗ୍ରେସ କାର୍ଯାଳୟରେ ଇନ୍ଦିରା ଗାନ୍ଧୀଙ୍କ ୪୨ତ୍ତମ ମହାପ୍ରୟାଣ ଦିବସ
ପାରଳାଖେମୁଣ୍ଡି ( ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ଦିନ ୧୧ ଘଣ୍ଟା ସମୟରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ୪୨ତ୍ତମ ମହାପ୍ରୟାଣ ଦିବସରେ ପାଳନ ହୋଇଯାଇଛି। ଏହି ଅବସରରେ ଆଜି କଂଗ୍ରେସ କାର୍ଯ୍ୟାଳୟରେ ଇନ୍ଦିରା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ, ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା. ଇନ୍ଦିରା ଗାନ୍ଧୀଙ୍କ ତ୍ୟାଗ ଓ ଆଦର୍ଶକୁ ନେଇ ପ୍ରତେକ କଂଗ୍ରେସ କର୍ମୀ ଲୋକଙ୍କ ସେବା କରନ୍ତୁ ବୋଲି ଆଜିର ମହାପ୍ରୟାଣ ଦିବସରେ କଂଗ୍ରେସ ନେତାମାନେ ମତବ୍ୟକ୍ତ କରିଥିଲେ. ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟିର ନେତା ସୂର୍ଯ୍ୟ ନାରାୟଣ ପାତ୍ର, ବିଷ୍ଣୁ ପ୍ରସାଦ ପାଣି, ମୁନା ମହାରଣା, ଲୋକି ପାତ୍ର, ଲୋକେଶ ବରାଡ, ରାଜ ପାତ୍ର, ନୀରାକାର ପାଣିଗ୍ରାହୀ, ଜନାର୍ଦ୍ଦନ ରାଓ, ଦଣ୍ଡପାଣି ପଣ୍ଡା,ବାଘା ପଣ୍ଡା ପ୍ରମୁଖ ଉପସ୍ଥିତିରେ ଆଜି ସ୍ବର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନ କରାଯାଇଛି।


