ରାତି ପାହିଲେ ଦିଲ୍ଲୀ ବିଧାନସଭା ନିର୍ବାଦନ,ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟୟରେ
ନୂଆଦିଲ୍ଲୀ- ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିମନ୍ତେ ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ । ଏଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟୟରେ । ଏହା ସହିତ ୧୧ ତାରିଖ ମଙ୍ଗଳବାର ଦିନ ଭୋଟ୍ ଗଣତି ହେବ । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ନିମନ୍ତେ ବ୍ୟାପକ ପୁଲିସ୍ ବାହିନୀ ସହ କେନ୍ଦ୍ରୀୟ ସଶସ୍ତ୍ର ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି । ବରିଷ୍ଠ ନାଗରିକମାନଙ୍କୁ ଆଣିବା ଓ ଛାଡ଼ିବା ସହ ସ୍ୱତନ୍ତ୍ର ପୋଷ୍ଟାଲ୍ ବାଲାଟ ଭଳି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି । ନିର୍ବାଚନ ପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାର କାର୍ୟ୍ୟ ଶେଷ ହୋଇଛି । ଭୋଟରମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ବିଜେପି, କଂଗ୍ରେସ ଏବଂ ଆମ୍ ଆଦ୍ମୀ ଦଳ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଇଛି ।


