ଦିଲ୍ଲୀରେ ସରକାର ଗଠନ କରିବ ବିଜେପି- ଅମିତ ଶାହା
ନୂଆଦିଲ୍ଲୀ- ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ ଏହା ପୂର୍ବରୁ କିଏ କେତେ ସିଟରେ ଜିତିବ ତାକୁ ନେଇ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ପ୍ରଚାର ସରିବା ପରେ ଏବେ ଡୋର୍ ଟୁ ଡୋର୍ କ୍ୟାମ୍ପେନ କରି ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା ଚଳାଇଛନ୍ତି ସମସ୍ତ ରାଜନୈତିକ ଦଳ। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ୭୦ ଆସନ ମଧ୍ୟରୁ ୪୫ ଟି ଆସନରୁ ଊର୍ଦ୍ଧ୍ୱ ଜିତି ସରକାର ଗଠନ କରିବ । ପ୍ରଚାର ପରେ ପରେ ଶାହାଙ୍କର ଏହି ଦୃଢୋକ୍ତି ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଶାହା କହିଛନ୍ତି ଲୋକଙ୍କର ସମର୍ଥନରୁ ସ୍ପଷ୍ଟ ବାରି ହୋଇପଡିଛି ଯେ ଏଥର ଦିଲ୍ଲୀରେ ଭାଜପା ହିଁ ଶାସନ ଗାଦିରେ ବସିବ।


