ଶୁକ୍ରବାର ଆସାମ ଗ୍ରସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଗୁଆହାଟି- ଐତିହାସିକ ବୋଡୋ ଏଗ୍ରିମେଣ୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଥମଥର ପାଇଁ ଆସାମ ଗସ୍ତ କରିଛନ୍ତି । ସେ କୋକରାଝରରେ ଆୟୋଜିତ ଏକ କାର‌୍ୟ୍ୟକ୍ରମ ରେ ଜନତାଙ୍କୁ ସମ୍ବୋଧିତ କରିବେ । କୋକରାଝରକୁ ନେଇ ଗତ ଜାନୁଆରୀ ୨୭ରେ ନୂଆଦିଲ୍ଲୀରେ ଦସ୍ତଖତ ହୋଇଥିଲା । ଅନ୍ୟପଟରେ ମୋଦୀଙ୍କୁ ସ୍ୱାଗତ ଜଣାଇବା ପାଇଁ କୋକରାଝରରେ ପ୍ରସ୍ତୁତି ଚୂଡ଼ାନ୍ତ ପର‌୍ୟ୍ୟାୟରେ ପହଞ୍ଚିଛି । ବୋଡୋ ଶାନ୍ତି ବୁଝାମଣା ସ୍ୱାଗତ ପାଇଁ ଆସାମର କୋକରାଝର ଜିଲ୍ଲାରେ ଲୋକେ ଲକ୍ଷାଧିକ ଦୀପ ଜାଳି ନିଜର ଖୁସି ବାଣ୍ଟିଛନ୍ତି । ମୋଦୀଙ୍କ ସ୍ୱାଗତ ପାଇଁ କୋକରାଝର ଉତ୍ସବମୁଖର ଦେଖାଯାଇଛି । କୋକରାଝରର ଏହି ଉତ୍ସାହ ସୋସିଆଲ ମିଡିଆରେ ସେୟାର କରାଯାଉଛି । ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ଓ ଏନଆରସି ପ୍ରକ୍ରିୟା ପୂରା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହା ପ୍ରଥମ ଉତ୍ତ-ପୂର୍ବ ରାଜ୍ୟକୁ ଗସ୍ତ ହେଉଛି । ସୂଚନାଯୋଗ୍ୟ, ନିକଟରେ ଆସାମରେ ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ବଡ଼ ଧରଣରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରଦର୍ଶନ ଯୋଗୁ ଗତ ମାସରେ ମୋଦିଙ୍କ ଗସ୍ତ ବାତିଲ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ