ମଲାଲାଙ୍କୁ ଗୁଳି ମାରିଥିବା ଆତଙ୍କବାଦୀ ଫେରାର୍‌

ପାକିସ୍ତାନ : ନୋବେଲ ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜଇଙ୍କୁ ଗୁଳି ମାରିଥିବା ଆତଙ୍କବାଦୀ ପାକିସ୍ତାନ ଜେଲରୁ ଫେରାର ହୋଇଯାଇଛି । ଏହସାନୁଲ୍ଲା ଏହସାନ ନାମକ ଏହି ଅଭିଯୁକ୍ତ ୨୦୧୪ରେ ହୋଇଥିବା ପେଶାୱର ସ୍କୁଲ ଆକ୍ରମଣରେ ମଧ୍ୟ ସାମିଲ ଥିଲା । ଏହି ଆକ୍ରମଣରେ ୧୩୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏହସାନ୍ ପଳାୟନ କରିଥିବାବେଳେ ଏନେଇ ଏକ ଅଡିଓ କ୍ଲିପ୍‌ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ସୂଚନାଯୋଗ୍ୟ, ପାକିସ୍ତାନର ସ୍ୱାତ ଘାଟିରେ ୨୦୧୨ରେ ଝିଅଙ୍କ ପାଇଁ ଶିକ୍ଷା ଅଭିଯାନରେ ମଲାଲା ସାମିଲ ହୋଇଥିବାରୁ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ