ବର୍ଷିବ, ସତର୍କ ରହିବାକୁ ଏସଆରସିଙ୍କ ଚିଠି
ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଜାରି ରହିଛି । ଆସନ୍ତା ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏନେଇ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି।
ଆଜି ଓଡ଼ିଶାର ଅନେକ ସ୍ଥାନରେ ଝିପିଝିପି ବର୍ଷା ହେବା ସହ ପାଗ କୋହଲା ରହିଛି । ଆସନ୍ତା ୯ କିମ୍ବା ୧୦ ତାରିଖ ଯାଏଁ ବର୍ଷା ଲାଗି ରହିବା ସମ୍ଭାବନା ରହିଛି । ଏହି ୨,୩ ଦିନ ଅର୍ଥାତ ୧୦ ତାରିଖ ଯାଏଁ ସ୍ୱଳ୍ପ ବର୍ଷା ଓ ବଜ୍ରପାତ ନେଇ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି। ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି। ସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଜାରି କରାଯାଇଛି। ସେହିପରି ଘନ କୁହୁଡ଼ି ପଡ଼ିଥିଲେ ପୋଲିସ ଓ ପରିବହନ ଅଧିକାରୀଙ୍କ ସହାୟତାରେ ହାଇୱେରେ ଗାଡ଼ି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବର୍ଷା ତଥା କୁହୁଡ଼ିଜନିତ ଅଘଟଣ ଘଟିଲେ ସଙ୍ଗେ ସଙ୍ଗେ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।


