ଘନ ଘନ ବିଜୁଳି କାଟ୍, ସହରବାସୀ ଅତିଷ୍ଠ

ଜଟଣୀ (ଯୁଗାବ୍ଦ ନ୍ୟୁଜ୍‍): ବ୍ୟବସାୟୀକ ସହର ଜଟଣୀରେ ବିଦ୍ୟୁତ ବିଭାଗର ଖାମ୍ଖିଆଲି ନୀତି ଯୋଗୁଁ ଘନ ଘନ ବିଦ୍ୟୁତ କାଟ୍ ହେବା ସହରବାସୀଙ୍କୁ ଅତିଷ୍ଠ କରିଛି । ଅସହ୍ୟତାତି ସାଙ୍ଗକୁ ଦିନସାରା ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିଭ୍ରାଟ ଦେଖାଯାଉଥିବା ବେଳେ ସହରରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟୁତ୍ ବିଭାଗର ଲୋ-ଭୋଲଟେଜ୍ ସମସ୍ୟା ସହିତ ଟ୍ରାନ୍ସଫର୍ମର୍ ତ୍ରୁଟି ଏବଂ କେବୁଲ୍ ସଟ୍ସର୍କିଟ୍ ଅନ୍ୟ ଏକ ଗୁରୁତର ସମସ୍ୟା । ଏପରି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଜଟଣୀବାସୀ । ଜଟଣୀ ସହରରେ ସେସ୍କୋ ଓ ଫେଡ୍କୋ ବିଦ୍ୟୁତ୍ କମ୍ପାନୀ ଏହି ସର୍କଲକୁ ବିଦ୍ୟୁତ୍ ସରବରାହ ଦାୟିତ୍ୱରେ ରହିଛନ୍ତି । ବିଦ୍ୟୁତ୍ ବିଭାଗର ଉଚ୍ଚ କ୍ଷମତା ସମ୍ପନ୍ନ ତଥା ଟ୍ରାନ୍ସଫର୍ମର ୩୩ ଓ ୧୧ କେଭି ପ୍ରଭୃତି ସେସ୍କୋ ଅଧିନରେ ରହିଥାଏ । ଏଲ୍.ଟି ସଂଯୋଗ ଠାରୁ ଗ୍ରାହକଙ୍କ ପାଇଁ ତଥା ଡୋମେଷ୍ଟିକ୍ ଓ କମର୍ସିଆଲ୍ ବିଭାଗ ଫେଡ୍କୋ ଅଧିନରେ ରହିଛି । ଅନ୍ୟ ପକ୍ଷରେ ବିଦ୍ୟୁତ୍ ଉଚ୍ଚ ସମ୍ପନ୍ନ ଥର୍ମାଲ୍ରୁ ୩୩ କେ.ଭି ବିଦ୍ୟୁତ୍ ଆସୁଥିବାବେଳେ ଟ୍ରାନ୍ସଫର୍ମରକୁ ମାତ୍ର ୨୮ କେ.ଭି ବିଦ୍ୟୁତ୍ ଆସୁଛି । ତେବେ ଏଠାରେ ୫ କେଭି ବିଦ୍ୟୁତ୍ କ୍ଷରିତ ହେଉଥିବା ବେଳେ ସେହିପରି ୧୧ କେ.ଭିରେ ମାତ୍ର ୮ କେ.ଭି ବିଦ୍ୟୁତ୍ ଆସୁଥିବା ବିଦ୍ୟୁତ ବିଭାଗର କେତେକ ଅଭିଜ୍ଞ କର୍ମଚାରୀଙ୍କ ଠାରୁ ସୂଚନା ମିଳିଛି । ତେବେ ଏପରି କ୍ଷରିତ ନେଇ ବିଭାଗର ଅଧିକାରୀମାନେ ଭିନ୍ନ ମତ ପୋଷଣ କରୁଥିବା ବେଳେ ପରୋକ୍ଷରେ ଏହାକୁ ସ୍ୱୀକାର କରିଛନ୍ତି । କେତେକ ଜାଗାରେ ମୁକୁଳା ଟ୍ରାନ୍ସଫର୍ମରରେ ଗଛ ଲତା ମାଡି ସଟ୍ସର୍କିଟ, ଡୋମେଷ୍ଟିକ୍ ବିଦ୍ୟୁତ୍ ସଂଯୋଗରେ ବେଆଇନ୍ ଛୋଟ ଛୋଟ ଶିଳ୍ପ ଚାଲିବା, ବେଆଇନ୍ ବିଦ୍ୟୁତ୍ ଚୋରି ଜାରି ରହିଥିବା ବେଳେ ଥର୍ମାଲ୍ରୁ ଆସୁଥିବା ବିଦ୍ୟୁତ୍ ଆବଶ୍ୟକତା ମେଣ୍ଟାଇ ପାରୁନାହିଁ । ଫଳରେ ବିଦ୍ୟୁତ୍ ଲୋଡ୍ ମାତ୍ରାଧିକ ହେତୁ ବାରମ୍ବାର ଟ୍ରାନ୍ସଫର୍ମର ସମସ୍ୟା ଉପୁଜୁଥିବା ବିଭାଗ ପକ୍ଷରୁ ସୂଚନା ମିଳୁଛି । ଅନ୍ୟ ପକ୍ଷରେ ବହୁ ସ୍ଥ୍ାନରେ ବହୁ ବର୍ଷର ପୁରୁଣା ତାର ଓ ଖୁଣ୍ଟି ଯୋଗୁଁ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ଉପଜୁଥିବା ଉଦାହରଣ ରହିଛି । ଆଇଓସିଏଲ୍, ଏଚ୍ପିସିଏଲ୍ ସହ ଅନ୍ୟାନ୍ୟ ସଂସ୍ଥାମାନଙ୍କୁ ଯେଉଁ ବିଦ୍ୟୁତ୍ ସଂଯୋଗ କରାଯାଇଛି, ତାହା ଉପଯୁକ୍ତ ନିୟମ ଅନୁଯାୟୀ ହୋଇନଥିବା ଅଭିଯୋଗ ହେଉଛି । ଯାହାକି ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି । ଏହାର ଉଦାହରଣ ଗତକାଲି ଆଇଓସିଏଲ୍ରେ ଘଟିଥିବା ଅଗ୍ନିକାଣ୍ଡ ବୋଲି ଉକ୍ତ ଅଭିଜ୍ଞ କର୍ମଚାରୀ ନାମ ଗୋପନ ସତର୍୍ରେ ସୂଚନା ଦେଇଛନ୍ତି । ତେଣୁ ବିଦ୍ୟୁତ୍ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଜଟଣୀବାସୀଙ୍କର ବିଜୁଳି ସମସ୍ୟାର ସମାଧାନ ପାଇଁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ