ସ୍ୱର୍ଣ୍ଣ ମନ୍ଦିରରେ ଟିକ୍-ଟିକ୍ ବ୍ୟାନ୍ ହେଲା
ଅମୃତସର- ଅମୃତସର ପ୍ରସିଦ୍ଧ ସ୍ୱର୍ଣ୍ଣ ମନ୍ଦିରରେ ଟିକ୍-ଟିକ୍ ଭିଡିଓ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏଥିପାଇଁ ମନ୍ଦିର ବାହାରେ ନୋଟିସ୍ ମଧ୍ୟ ଲଗାଯାଇଛି । ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ଶ୍ରୀହରମନ୍ଦିର ସାହିବ (ଗୋଲ୍ଡେନ ଟେମ୍ପୁଲ) ପରିସର ଭତିରେ ନୋଟିସ ଲଗାଇଛି । ଏହି ନୋଟିସରେ ଏଠାରେ ଟିକ୍-ଟିକ ବ୍ୟାନ ଥିବା ଉଲ୍ଲେଖ କରାଯାଇଛି । ଶ୍ରୀହରମନ୍ଦିର ସାହିବ ମ୍ୟାନେଜର ଜୟବିନ୍ଦର ସିଂହ କହିଛନ୍ତି, ଆମେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଅପିଲ କରୁଛୁ ଯେ ସେ ଏହିପରି ଗତିବିଧିରୁ ଦୂରରେ ରହିବେ କାହିଁକି ନାଁ ଏହା ଏକ ପୂଜା ସ୍ଥଳ ।


