ଯୁଗାବ୍ଦ ନ୍ୟୁଜର ପ୍ରଭାବ … ପାଣି ପାଉଚ ଜବତ, ୬ ହଜାର ଟଙ୍କା ଜୋରିମାନା ଆଦାୟ

ହିଂଜିଳିକାଟୁ, (ଶେଷଦେବ ସାହୁ): ରବିବାର ଦିନ ୱେବ ପୋର୍ଟାଲ ଚ୍ୟାନେଲ ‘ ଯୁଗାଦ୍ଧ’ରେ ‘ପ୍ରଶାସନ ନିରବତା ନେଇ ସାଧାରଣରେ ସନ୍ଦେହ – ପାଉଚ ପାଣି ପିଇ ଶତାଧିକ ରୋଗାକ୍ରାନ୍ତ ‘ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶନ ପରେ ହିଂଜିଳିକାଟୁ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ଘଟଣାକୁ ଗମ୍ଭିରତାର ସହ ନେଇ ଏନଫୋର୍ସମେଂଟ ଟିମ ସହାୟତାରେ ସୋମବାର ଦିନ ହିଂଜିଳିକାଟୁ ପୌରାଂଚଳରେ ଅବସ୍ଥିତ ବହୁ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅଚନକ ଚଢାଉ କରାଯାଇଥିଲା । ଚଢାଉ ବେଳେ ବହୁ ପରିମାଣରେ ପାଣି ପାଉଚ ବସ୍ତା ଜବତ କରାଯିବା ସହ ୬ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଅନ୍ୟ ପକ୍ଷରେ ମାର୍ ମାର୍ ଭଣ୍ଡାରିଆକୁ ମାର୍ ନୀତିରେ ପୌର ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିବା ନେଇ ବହୁ ଛୋଟ ଛୋଟ ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଅଂଚଳର ପାଉଚ ପାଣି ବ୍ୟବସାୟୀ ମାନେ ହଜାର ହଜାର ବସ୍ତା ଗୋଦାମ ଘର ଗୁଡ଼ିକରେ ଗଚ୍ଛିତ ରଖିଥିଲେ ମଧ୍ୟ ପୌର କର୍ତୁପକ୍ଷ ଜାଣିଶୁଣି ନିରବ ସାଜୁଥିବା ଅଭିଯୋଗ କରିଛନ୍ତି । ଘଟଣା ନେଇ ହିଂଜିଳିକାଟୁ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କୁ ପଚାରିବାରୁ କହିଲେ ଆଗାମୀ ଦିନରେ ସ୍ଥାନୀୟ ପୌରାଂଚଳର ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢାଉ କରାଯିବ ଏବଂ ବାହାଘର ଭଳି ବିଭିନ୍ନ ଭୋଜି କାର୍ଯ୍ୟରେ ବ୍ୟବହାର କରାଯାଉଥିବା ପାଣି ପାଉଚକୁ ମଧ୍ୟ ଜବତ କରାଯିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ