ରକ୍ତଦାନ ଶିବିର ଅନୁଷ୍ଠିତ

ଯାଜପୁର: ଯାଜପୁର ଲଳିତେଶ୍ୱର ନଗର ଅମ୍ବିକା ମଣ୍ଡପରେ ବିଜୁ ଜନତା ଦଳ ଓ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ମିଳିତ ଭାବେ “ଜୀବନ ବିନ୍ଦୁ” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ସାପ୍ତାହିକ ରକ୍ତଦାନ ଶିବିରରେ କୈଳାସ ପାହୀଙ୍କ ନେତୃତ୍ୱରେ ନାଥସାହି ପଂଚାୟତ ବାସୀ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ । ଏହି ଅବସରରେ ସହକାରୀ ଜିଲାପାଳ କୁଳମଣି ନାୟକ, ପୂର୍ବତନ ପୌରପାଳ ଭଵ ପ୍ରସାଦ ଦାସ,ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ଜିଲା ପରିଷଦ ସଭ୍ୟ ଗଣେଷ ମହାକୁଡ, ସରପଂଚ ସ୍ୱର୍ଣ୍ଣଲତା ପରିଡା, ସମାଜସେବୀ ରମଣୀ ରଞ୍ଜନ ରାଉତରାୟଙ୍କ ସମେତ ବହୁ ବିଜେଡି ନେତା ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ୫୨ ୟୁନିଟ ରକ୍ତ ସଂଗ୍ରୃହିତ ହୋଇଥିଲା । ଅଶୋକ ଦାସ ଫାଉଣ୍ଡେସନର ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ