ସୁପ୍ରିମକୋର୍ଟରେ ବୋମା ଆତଙ୍କ

ନୂଆଦିଲ୍ଳୀ: ଶୁକ୍ରବାର ଦେଶର ସୁପ୍ରିମ କୋର୍ଟରେ ମଧ୍ୟାହ୍ନ ସମୟରେ ଏକ ଭୟଙ୍କର ଗୁଜବ ପ୍ରଚାରର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୁପ୍ରିମ କୋର୍ଟର ବିଚାରପତିଙ୍କ ଏକ ଚ୍ୟାମ୍ବର ବାହାରେ ଏକ ଦାବୀଦାର ବିହୀନ ପରିତ୍ୟକ୍ତ ବ୍ୟାଗରୁ ଏକ କିଟ୍ କିଟ୍ ଶବ୍ଦ ବାହାରିଥିଲା । ତେଣୁ ସେହି ବ୍ୟାଗ ଭି୍‌ତରୁ ବୋମା ରହିଥିବା ସୁରକ୍ଷାକର୍ମୀ ମାନେ ସଂନ୍ଦେହ କରିଥିଲେ । ଏହା ପରେ ସେଠାରେ କର୍ମୀ ମାନଙ୍କ ମଧ୍ୟରେ ଧାଁ ଧଉଡ କରିଥିଲେ । ଏଥିସହ ସୁରକ୍ଷାକର୍ମୀ ମାନେ କୋର୍ଟ ନମ୍ବର ୪ ଖାଲି କରିବା ସହ ଅତ୍ୟନ୍ତ ସାବଧାନ ସହ ବ୍ୟାଗଟିକୁ ନେଇ ଯାଇଥିଲେ । ତେବେ କିପରି ସେଭଳି ଏକ ଭିତରକୁ ଆସିଲା ତାହା ତଦନ୍ତ ଜାରୀ ରହିଛି ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତକାଲି (ଗୁରୁବାର) ଉତ୍ତରପ୍ରଦେଶ ଲକ୍ଷ୍ନୌର ଏକ ଅଦାଲତରେ ଏକ ବୋମା ବିସ୍ଫୋରଣ ଘଟିଥିଲା। ଯେଉଁଥିରେ ତିନିଜଣ ଆଇନଜୀବୀ ଗୁରୁତର ଭାବେ ଆହତ ହୋଇଥିଲେ। ତେଣୁ, ଗତକାଲିର ଘଟଣା ପରେ ଆଜି ସୁପ୍ରିମ୍ କୋର୍ଟ ପରିସର ମଧ୍ୟରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଏହି ବ୍ୟାଗ୍ ମଧ୍ୟରୁ ଏକ ବିଚିତ୍ର ଶବ୍ଦ ବାହାରିବା ଘଟଣା କୋର୍ଟ ପରିସର ମଧ୍ୟରେ ବୋମା ଆତଙ୍କ ସୃଷ୍ଟି କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ