ଛତ୍ରଭଙ୍ଗ ଦେଲେ ମାଓବାଦୀ
ମାଲକାନଗିରି: – ମାଲକାନଗିରି ଜିଲା ବଣ୍ଡାଘାଟିରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବନିମୟ ଘଟିଛି। ଏହି ସମୟରେ ମାଓବାଦୀ (ସିପିଆଇ) ଡିଭିଏଫ ଓ ଏସ୍ଓଜିଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏହାପରେ ଡିଭିଏଫ-ଏସ୍ଓଜି ଓ ମାଓବାଦୀ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଯାଇଥିଲା। ଡିଭିଏଫ-ଏସ୍ଓଜିଙ୍କ ଗୁଳିର ସାମ୍ନା କରି ନପାରି ମାଦବାଦୀମାନେ ଛତ୍ରଭଙ୍ଗ ଦେଇ ଘଟଣାସ୍ଥଳରୁ ଦୌଡ଼ି ଚାଲି ଯାଇଥିଲେ। ଏହାପରେ ଡିଭିଏଫ-ଏସ୍ଓଜି ବାହାନୀ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ କରିଥିଲେ।


