ପାକିସ୍ତାନରେ ଗ୍ୟାସ୍ ଲିକ୍ : ୫ ମୃତ, ୭୦ ଆହତ
କରାଚୀ : ପାକିସ୍ତାନର କରାଚୀରେ ଗ୍ୟାସ୍ ଲିକ୍ ଘଟି ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପାକିସ୍ତାନର ଦକ୍ଷିଣ ପ୍ରାନ୍ତରେ ଏକ କଣ୍ଟେନରରୁ ଗ୍ୟାସ୍ ଲିକ୍ ହେବା ସହିତ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ ଜଣ ଅଚେତ ହୋଇ ପଡିଛନ୍ତି । ଦକ୍ଷିଣ କରାଚୀର ଡିଜିପି ସର୍ଜିଲ ଖରାଲ ଏହି ଗ୍ୟାସ୍ ଲିକ୍ ନେଇ ସୂଚନା ଦେଇଛନ୍ତି । କରାଚୀର କେମାରୀ ବନ୍ଦରରେ ଏକ କଣ୍ଟେନର ଲାଗିବା ପରେ ଏଥିରୁ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇ ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଆହତ ମାନଙ୍କୁ ସ୍ଥାନୀୟ ଆବ୍ବାସୀ ଶହୀଦ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।


