ପାରଳାଖେମୁଣ୍ଡି ସହରର ଉପକଣ୍ଠରେ ଜଙ୍ଗଲୀ ହାତୀ,ସାଧାରଣରେ ଆତଙ୍କ

ପାରଳାଖେମୁଣ୍ଡି -(ତାରିଣୀ ପ୍ରଶାଦ ପଣ୍ଡା) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଜଙ୍ଗଲୀ ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ୬ଗୋଟି ବିଶିଷ୍ଟ ହାତୀପଲ ପୁଣି ସହର ମୁଖା ହୋଇଥିବାରୁ ସାଧାରଣରେ ଆତଙ୍କ ପ୍ରକାଶ ପାଇଛି । ଏହି ହାତୀ ପଲରେ ୩ଗୋଟି ପୁରୁଷ ହାତୀ,ଗୋଟିଏ ମାଇ ହାତୀ ଏବଂ ୨ଗୋଟି ଛୁଆ ହାତୀ ରହିଛନ୍ତି ।ଗତକାଲି ଏମାନେ ପାରଳାଖେମୁଣ୍ଡି ସହର ଠାରୁ ୨କିମି ଦୁରରେ ଥିବା କେରାଣ୍ଡି ପଞ୍ଚାୟତର ବିଭିନ୍ନ ଆମ୍ବତୋଟା ଓ ଜଙ୍ଗଲରେ ଆଶ୍ରୟ ନେଇଥିଲେ । ଏହି ହାତୀ ଗୁଡିକ ଓଡିଶା ତଟବର୍ତ୍ତୀ ଅଞ୍ଚଳର ରାଟିଣୀ, ଅମରା ଆଦି ଗ୍ରାମ ଦେଇ ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶର ମିଳିଆପୁଟି ନିକଟବର୍ତ୍ତୀ ଜଙ୍ଗଲରେ ରହିଥିବା ଆଜି ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ହାତୀମାନଙ୍କ ଦ୍ୱାରା କୌଣସି କ୍ଷୟକ୍ଷତି ହୋଇନଥିବାର ସୂଚନା ମିଳିଛି । ତେବେ ହାତୀ ବୁଲୁଥିବା ଗ୍ରାମାଞ୍ଚଳଗୁଡିକରେ ଲୋକେ ଭୟଭୀତ ହୋଇ ଆତଙ୍କିତ ଅବସ୍ଥାରେ ରହିଛନ୍ତିି । ଏହି ହାତୀ ଗୁଡିକର ଟ୍ରାକିଂ ନିମନ୍ତେ ଉଭୟ ଓଡିଶା-ଆନ୍ଧ୍ର ପ୍ରଦେଶର ବନବିଭାଗର କର୍ମଚାରୀମାନେ ତୀକ୍ଷଣ ନଜର ରଖିବା ସହ ହାତୀଗୁଡିକ ଯେପରି ଜନବସତିରେ ପ୍ରବେଶ ନ କରି ଯେପରି କ୍ଷୟକ୍ଷତି ନଘାଟାଇବେ ସେ ନେଇ ବନ୍ଦୋବସ୍ତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗତ କିଛି ମାସ ହେଲା ଏହି ହାତୀପଲ ଉକ୍ତ ଅଞ୍ଚଳରେ ଘୁରି ବୁଲୁଥିବାର ଦେଖିବାକୁ ମିଳିଥିବାବେଳେ ଏହି ହାତୀପଲଙ୍କ ଲାଗି ଏହି ସବୁ ଅଞ୍ଚଳର ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥିବାର ସୂଚନା ମିଳିଛି । ତେବେ ଖବର ଲେଖିବା ସୁଦ୍ଧା ବର୍ତ୍ତମାନ ହାତୀପଲ ଓଡିଶା ସୀମାନ୍ତବର୍ତ୍ତୀ ଡାଳିମ୍ବପୁର ଗ୍ରାମରେ ରହିଥିବାର ବନଖଣ୍ଡ ଅଧିକାରୀ ବିବେକ କୁମାର ସୂଚନା ପ୍ରଦାନ କରିଛନ୍ତି । ଏହାସହ ସେ ଆହୁରି କହିଛନ୍ତି ଯେ ଏହି ହାତୀପଲ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିକରିନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ