ବିଶିଷ୍ଟ ବ୍ୟବସାଇ ବୀରବରଲାଲ ଅଗ୍ରୱାଲଙ୍କ ବିୟୋଗ
କେନ୍ଦ୍ରାପଡା :ବିଶିଷ୍ଟ ବ୍ୟବସାଇ ବୀରବରଲାଲ ଅଗ୍ରୱାଲଙ୍କ ବୁଧବାର ସନ୍ଧ୍ୟାରେ ତାଙ୍କ ପୁରୁଣା ବସଷ୍ଟାଣ୍ଡସ୍ଥିତ ବାସଭବନରେ ୮୭ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗ ଖବର ଜଣାପଡିବା ପରେ ସହରର ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ବାସଭବନରେ ପହଁଚି ତାଙ୍କ ମରଶରୀରରେ ପୁଷ୍ପଗୁଛ ଅର୍ପଣ କରି ଶେଷ ସମ୍ମାନ ଜଣାଇଛନ୍ତି । ସୂର୍ଗତ ଅଗ୍ରୱାଲ ଜଣେ ପରୋପକାରୀ ଓ ସମାଜସେବୀ ଭାବରେ ପରିଚିତ ଥିଲେ । ସେ ଜିଲ୍ଲା ବୋଇତ ବନ୍ଦାଣ ସମିତିର ପ୍ରାକ୍ତନ ସଭାପତି ଓ ଜିଲ୍ଲା ବସ୍ତ୍ର ବ୍ୟବସାଇ ସଙ୍ଘର ପ୍ରତିଷ୍ଠାତା ସଦସ୍ୟ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ୩ପୁଅ ବିଜୟ ଅଗ୍ରୱାଲ, ହରିଲାଲ ଅଗ୍ରୱାଲ, ବାସୁଲାଲ ଅଗ୍ରୱାଲ, ୨ବୋହୁ, ୩ଝିଅ ଜ୍ୱାଇଁ, ନାତି ସୋନୁ, ମୁନାଙ୍କ ସମେତ ଆତ୍ମୀୟ ସୋଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବରପାଇ ଜିଲ୍ଲା ପ୍ରତିଭା ପୂଜା ସାସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ବରିଷ୍ଟ ବିଜେପି ନେତା ବୈଦ୍ୟନାଥ ଚାଟାର୍ଜୀ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ବଳରାମ ଦାସ, ଡା. ଅଲେଖ ଚନ୍ଦ୍ର ଦାସ, ରବିନ୍ଦ୍ର ସାମନ୍ତ, ପ୍ରଦୀପ ଦାସ, ପରେଶ ଦାସ, ପ୍ରସାନ୍ତ ସିଂ, ରାମ ବେହେରା, ରବିନ୍ଦ୍ର ମହାପାତ୍ର, ଧିରେନ ସାହୁ, ପ୍ରଫୁଲ୍ଲ ସାହୁ, ସରୋଜରାଜ ସିଂ, ରବିନ୍ଦ୍ର ଭଗତ, ଜ୍ୱାଇଁ ରଞ୍ଜିତ ସାହୁ, ହରେକୃଷ୍ଣ କର, ରବିନ୍ଦ୍ର ନାଥ ପଣ୍ଡା, ସରୋଜ କୁମାର ସାହୁ, ଭାବଗ୍ରାହୀ କର, ମନୋରଞ୍ଜନ ପଟ୍ଟନାୟକ, ଆଶିଷ ସେନାପତି, ଗୋଲଖ ଚନ୍ଦ୍ର ପଢିହାରୀ, କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଦେବଦାସ ମହାନ୍ତି ପ୍ରମୁଖ ପହଁଚି ଶେଷ ସମ୍ମାନ ଜଣାଇଥିଲେ । ଆସନ୍ତାକାଲି ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଅନ୍ତୀମ ସଂସ୍କାର କରାଯିବ । ଏଠାରେ ସୂଚନା ଯୋଗ୍ୟ ଯେ କିଛିଦିନ ପୂର୍ବରୁ ତାଙ୍କ ସାନଭାଇ ତଥା ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ ହୋଇଯାଇଛି ।