ପ୍ରାକ୍ତନ ମୁଖ୍ୟ ଲିପିକଙ୍କ ବିୟୋଗରେ ଶୋକସଭା
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରାକ୍ତନ ମୁଖ୍ୟ ଲିପିକ ଉମାକାନ୍ତ ବିଶ୍ୱାଳଙ୍କ ଅକାଳ ବିୟୋଗରେ ତାଙ୍କ ସ୍ମୃତି ଉଦେଶ୍ୟରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ସୋମବାର ଷ୍ଟାଫ କମିଟି ସଭାପତି ଶୈଳେନ୍ଦ୍ର ପ୍ରଧାନଙ୍କ ଆବାହକତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱର୍ଗତ ବିଶ୍ୱାଳଙ୍କ ସହକର୍ମୀ ଅକ୍ଷୟ କୁମାର ନାୟକ, ଶୁଭେନ୍ଦୁ ତ୍ରିପାଠୀ, ନିରଞ୍ଜନ ମହାନ୍ତି, ଗୈାରାଙ୍ଗ ବେହେରା, ସୁଦର୍ଶନ ବେହେରା, ଦୈତାରୀ ସାହୁଙ୍କ ସମେତ କଲେକ୍ଟୋରେଟ ଷ୍ଟାଫ କମିଟି ସଦସ୍ୟ ସୁକାନ୍ତ ଜେନା, ମାନସ ନନ୍ଦ ଓ ଅନ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ବିଶ୍ୱାଳଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରଥମେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।


