ଥାଳି ଧରି ସହାୟତା ମାଗିଲେ ଗଜପତି ଏସିପି
ଗଜପତି (ଯୁଗାବ୍ଦ ନ୍ୟୁଜ) ସାମୁଦ୍ରିକ ଝଡ ଫୋନି ଦ୍ୱାରା ପ୍ରଭାବିତ ହୋଇଥିବା ଉପକୂଳ ଅଞ୍ଚଳ ରେ ବିଷେଶ ଭାବେ କ୍ଷତିଗ୍ରସ୍ତ ହୋଇଛି । ଅଣ୍ଟା ସଳଖି ଛିଡା ହେବାକୁ ଚେଷ୍ଟା କରୁଛନ୍ତି ପ୍ରଭାବିତ ଜନସାଧାରଣ । ଓଡିଶା କୁ ବିଭିନ୍ନ ଅଞ୍ଚଳରୁ ସହାୟତା ର ରାଶି ଆସୁଥିବାବେଳେ ଏଥିରେ ସାମିଲ ହୋଇଛନ୍ତି ଗଜପତି ଜିଲ୍ଲା ପୋଲିସ ଅଧିକାରୀ ଗଜପତି ଏସିପି ସାରା ଶର୍ମା । ନିଜ କାର୍ଯ୍ୟାଳୟ ର କର୍ମଚାରୀ ଙ୍କ ସହଯୋଗ ରେ ସହରର ଦୋକାନ ବଜାର , ଦ୍ୱାର ଦ୍ୱାର ବୁଲି ଥାଳି ଧରି ଅଞ୍ଚଳବାସୀଙ୍କୁ ସହଯୋଗ ପାଇଁ ସଚେତନ କରାଇବା ସହ ସହର ପରିକ୍ରମା କର ଫୋନି ବାତ୍ୟା ଦ୍ୱରା ପ୍ରଭାବିତ ମାନଙ୍କ ପାଇଁ ପଥମ ଦିବସରେ ୧ଲକ୍ଷ ୧୫ହଜାର ୧୧୮ ଟଙ୍କା ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିବା ବେଳେ ଆଗାମୀ ଦିନରେ ଏପରି ଅଧିକ ରିଲିଫ ସଂଗ୍ରହ କରିବାପାଇଁ ଲକ୍ଷ ରଖିଥିବା ଜଣାପଡିଛି । ଏଥିସହ ସେ ତାଙ୍କ ନିଜସ୍ୱ ଦକମାରୁ ମଧ୍ୟ କିଛିଦିନର ଟଙ୍କା ରିଲିଫ ଫାଣ୍ଠିକୁ ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି । ତାଙ୍କର ବାତ୍ୟା ପିଡିତଙ୍କ ପାଇଁ ଏପରି ମାନବିକତା କୁ ବିଭିନ୍ନ ସ୍ତରରେ ତାଙ୍କୁ ପ୍ରଶଂସା କରିଯାଉଛି ।