ଓଡ଼ିଶାର ବହୁ ଚର୍ଚ୍ଚିତ ଏସିଏଫ ସୋମ୍ୟଙ୍କ ମୃତ୍ୟୁ ମାମଲା: ଫେରାର ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଓଡ଼ିଶାର ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡିର ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ଅନ୍ୟତମ ଫେରାର ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭ ଆଜି ପାରଳା ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିବା ସୂଚନା ମିଳିଛି. ଏଠାରେ ଉଲ୍ଲେଖଯୋଗ୍ୟଯେ, ବିଗତ 2021 ଜୁଲାଇରେ ପାରଳାଖେମୁଣ୍ଡିର ପୂର୍ବତନ ଏସିଏଫ ସୋମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ ବାସଭବନରେ ଗୁରୁତର ଭାବେ ପୋଡି ଯାଇଥିଲେ. ପ୍ରଥମେ ପାରଳାଖେମୁଣ୍ଡି ଡାକ୍ତରଖାନା ପରେ କଟକ ଡାକ୍ତରଖାନାରେ ଚିକିତ୍ସତ ବେଳେ ମୃତ୍ୟୁ ହୋଇଥିଲା. ତାଙ୍କ ପରିବାର ଏହାକୁ ହତ୍ୟା ବୋଲି ଅଭିଯୋଗ କରି ସୋମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାମରେ ଅଭିଯୋଗ କରିଥିଲେ. ଏଥି ଅନୁଯାୟୀ ମାନ୍ୟବର ପାରଳାଖେମୁଣ୍ଡି ଏସଡିଜେଏମ ଏହି ମାମଲାର ବିଚାର କରି ତତ୍କାଳୀନ ଡ଼ିଏଫଓ ସଂଗ୍ରାମ ମହାପାତ୍ରଙ୍କୁ ଜେଲ ହାଜତକୁ ପଠାଇ ଦେଇଥିଲେ. ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ରୋଷେୟା କୋୖର୍ଟରେ ହଜାର ନ ହୋଇ ଫେରାର ଥିଲେ. ପାରଳାଖେମୁଣ୍ଡି ଏସଡିଜେଏମ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୁଦ୍ଧରେ ଜମିନୀବିହୀନ ଗିରଫ ପରୱାନା ଜାରି କରିଥିଲେ. ହେଲେ ରୋଷେୟା ମନ୍ମଥ କୁମ୍ଭ ଦୀର୍ଘ ମାସ ଧରି ଫେରାର ଥିଲେ. ଆଜି ମନ୍ମଥ ନିଜ ଘରେ ଥିବା ପାରଳା ପୋଲିସ ସୂଚନା ପାଇ ଭୋର ସମୟରେ ମନ୍ମଥ କୁମ୍ଭଙ୍କ ବାସଗୃହରେ ଚଢାଉ କରି ତାଙ୍କୁ ଗିରଫ କରି ପରବର୍ତ୍ତୀ ଆଇନଗତ କାର୍ଯାନୁଷ୍ଠାନ ପାଇଁ ପାରଳାଖେମୁଣ୍ଡି ଏସଡିଜେଏମ କୋୖର୍ଟରେ ହଜାର କରିଥିଲେ. ମାନ୍ୟବର କୋୖର୍ଟ ରୋଷେୟା କୁମ୍ଭଙ୍କୁ ପାରଳାଖେମୁଣ୍ଡି ଜେଲ ହାଜତକୁ ପଠାଇ ଦେଇଥିବା ସୂଚନା ମିଳିଛି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ