ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ୧୨ଦଫା ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ୧୨ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଆଜି ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି. ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଙ୍ଘର ଆହ୍ୱାନ କ୍ରମେ ଓ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ନିଷ୍ପତ୍ତି ଅନୁଯାଇ ମାଧ୍ୟମରେ ଏହି ୧୨ଦଫା- -ପେନସନ ଭାଲି ଡେସନ ଆଇନ ପ୍ରତ୍ୟାହାର, ଚିକିତ୍ସା ଭତ୍ତା ଓ ସ୍ୱାସ୍ଥ୍ୟବୀମା ଯୋଜନା, ୬୫ବର୍ଷରୁ ଅତିରିକ୍ତ ପେନସନ. ୨୦୨୬ ପୂର୍ବରୁ ଅବସର ନେଇଥିବା ପେନସନର ମାନଙ୍କୁ ୮ମ ବେତନର ସୁବିଧା, ଏନ ପି ଏସ ଓ ୟୁ ପି ଏ ବଦଳରେ ଓ ପି ଏସ ଲାଗୁ, ପୂର୍ବଭଳି ରେଳ ଯାତ୍ରା ରେ ରିହାତି, ଓ କମୁଟେସନ ଦେୟ ୧୦ ବର୍ଷ ୮ମାସକୁ ହ୍ରାସ ଆଦି ଦାବି ସମ୍ବଳିତ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ସଙ୍ଘର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ସଭାପତି ଅଶ୍ୱିନୀ ପାଢ଼ୀ, ସମ୍ପାଦକ ସୁରେଶ ବେହେରା ସମେତ ୩୦ ରୁ ଉର୍ଦ୍ଧ୍ଵ ପେନ୍ସନ୍ ଧାରୀ ଯୋଗ ଦେଇଥିଲେ।


