ଫ୍ଲାଇଟ୍‌ରେ ମଧ୍ୟ ମିଳିଯିବେ ସାଥୀ

ଯଦି ଆପଣ ସାଥୀ ଖୋଜୁଛନ୍ତି, ଏଥିଲାଗି ଆପଣ ଅନ୍‌ଲାଇନ୍‌ ଡେଟିଂ ଆପ୍ଲିକେସନ୍‌ ଏବଂ ମାଟ୍ରିମୋନିଆଲ ୱେବ୍‌ସାଇଟ୍‌ରେ ସାରା ଦିନ ନଜର ରଖୁଛନ୍ତି, ତେବେ ଧାରଣା ବଦଳାନ୍ତୁ। ଏବେ ଆପଣ ଫ୍ଲାଇଟ୍‌ ବୁକ୍‌ କରିଦେବା ଉଚିତ। କାରଣ ସେଠାରେ ବି ଆପଣଙ୍କୁ ନିଜ ପ୍ରେମ ମିଳିପାରେ। ଏଚ୍‌ଏସ୍‌ବିସି ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ୫୦ ଜଣରେ ଜଣେ ବ୍ୟକ୍ତିଙ୍କୁ ଫ୍ଲାଇଟ୍‌ରେ ନିଜ ସାଥୀ ମିଳିବାର ସମ୍ଭାବନା ସବୁଠାରୁ ଅଧିକ ରହିଛି। ଏହି ସର୍ଭେରେ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ତଥା ରୁଚିକର କଥା ସାମ୍ନାକୁ ଆସିଥିଲା।
ଏହି ସର୍ଭେରେ ୧୪୧ଟି ଦେଶର ୨,୧୫୦ ଜଣ ଲୋକଙ୍କୁ ସାମିଲ୍‌ କରାଯାଇଥିଲା। ସେମାନଙ୍କୁ ବିମାନ ଯାତ୍ରାର ଅନୁଭବ ଏବଂ ଲଭ୍‌ ଲାଇଫ୍‌ ବିଷୟରେ କେତେକ ପ୍ରଶ୍ନ କରାଯାଇଥିଲା। ଏହାବ୍ୟତୀତ ହଂକଂ, ୟୁନାଇଟେଡ୍‌ ଆରବ ଏମିରେଟସ‌, ଆମେରିକା ଏବଂ ଲଣ୍ଡନର ପାଖାପାଖି ୬ ହଜାର ଲୋକଙ୍କୁ ସେମାନଙ୍କ ଜେନେରାଲ ଫ୍ଲାଇଙ୍ଗ ହାବିଟ୍‌ ସମ୍ପର୍କରେ କିଛି ପ୍ରଶ୍ନ କରାଯାଇଥିଲା। ଏହି ସର୍ଭେରୁ ଜଣାପଡ଼ିଥିଲା ଯେ ବିମାନରେ ଯାତ୍ରା କରୁଥିବା ପ୍ରତ୍ୟେକ ୫୦ ଜଣରେ ଜଣେ ବ୍ୟକ୍ତିଙ୍କୁ ବିମାନଯାତ୍ରା ସମୟରେ ନିଜ ସାଥୀ ମିଳିଯାଆନ୍ତି।
କେବଳ ସେତିକି ନୁହେଁ ସର୍ଭେରେ ସାମିଲ୍‌ ପାଖାପାଖି ୧୨ ପ୍ରତିଶତ ଲୋକଙ୍କ କହିବା ଅନୁସାରେ ସେମାନଙ୍କୁ ବିମାନରେ ଯାତ୍ରା ସମୟରେ ଯଦିଓ ସାଥୀ ମିଳି ନ ଥିଲେ, ତେବେ ସେମାନେ ନିଜ ସହଯାତ୍ରୀଙ୍କ ସହ ଭଲ ବନ୍ଧୁତା କରିଥିଲେ, ଯାହା ଦୀର୍ଘ ଦିନ ଯାଏ ତିଷ୍ଠି ରହିଛି। ଏହା ବ୍ୟତୀତ ୧୬ ପ୍ରତିଶତ ଲୋକ ଫ୍ଲାଇଟ୍‌ରେ ବିଜ୍‌ନେସ୍‌ ପାର୍ଟନର ସୃଷ୍ଟି କରିଥିଲେ। ସେହିପରି ୪୭ ପ୍ରତିଶତ ଲୋକ ସେମାନଙ୍କ ପାଖରେ ବସିଥିବା ଲୋକଙ୍କ ସହ ଉତ୍ତମ ବାର୍ତ୍ତାଳାପ କରିଥିଲେ। ଯାହାଫଳରେ ସେମାନଙ୍କ ବିମାନ ଯାତ୍ରା ସୁଖଦ ଅନୁଭବ ଆଣିଥିବା କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ