କରୋନା ନେଲାଣି ୨୨୩୩ ଜୀବନ
ଚୀନ୍ : ଚୀନରେ କରୋନା ଭାଇରସର ପ୍ରଭାବ ଜାରି ରହିଛି । ଚୀନରୁ ବିଶ୍ୱର ୨୯ଟି ଦେଶକୁ ବ୍ୟାପିଥିବା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୨୨୩୩ରେ ପହଞ୍ଚିଛି । ଏହି ମାରାତ୍ମକ ଭାଇରସ ଯୋଗୁଁ ପାଖାପାଖି ୭୬ ହଜାର ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି । ହୁବେଇ ସ୍ୱାସ୍ଥ୍ୟ କମିଶନ କହିଛନ୍ତି, ଗୁରୁବାର ରାଜ୍ୟରେ କରୋନା ଭାଇରସ ଯୋଗୁଁ ୧୧୫ ଜଣଙ୍କର ମୃତ୍ୟୁ ହୋଇଛି । ଚୀନ ବ୍ୟତୀତ ଅନ୍ୟ ଦେଶରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ହଂଗକଂଗ ଓ ଇରାନରେ ୨ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ, ତାଇୱାନ, ଜାପାନ, ଫିଲିପାଇନ୍ସ ଏବଂ ଫ୍ରାନ୍ସରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । କରୋନାଭାଇରସ୍ ସଂକ୍ରମଣକୁ ରୋକିବା ଲାଗି ଚୀନ୍ ସରକାର କଠୋର ପଦକ୍ଷେପ ନେଇଛନ୍ତି। ହୁବେଇ ପ୍ରଦେଶର ନିୟୁତ ନିୟୁତ ଲୋକଙ୍କୁ ହୁବେଇ ବାହାରକୁ ଛଡୁନାହାନ୍ତି। ସେମାନଙ୍କୁ ଚୀନ୍ର ଅନ୍ୟାନ୍ୟ ପ୍ରଦେଶ ତଥା ବିଶ୍ୱର ଅନ୍ୟ କୌଣସି ଦେଶକୁ ଯିବାକୁ ଅନୁମତି ମିଳୁନାହିଁ।