‘ସେବା ସେତୁ’ ଶିବିର କାର୍ଯ୍ୟକ୍ରମ

ବୁଗୁଡ଼ା (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ‘ସେବା ସେତୁ’ ଶିବିର ୧୫/୧୦/୨୬ ତାରିଖ ଦିନ ଆୟୋଜିତ ହୋଇଯାଇଛି । ବୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସେବା ସେତୁ ଶିବିରରେ ଏବିଡିଓ ଧର୍ମରାଜ ପରିଡ଼ା, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ମତ୍ସ୍ୟ ବିଭାଗ ଅଧିକାରୀ, ପଶୁ ସମ୍ପଦ ମେଡିକାଲ ଅଫିସରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ। ରାଜ୍ୟ ଯୋଜନା ଅଧୀନରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ  ତିନିଟି ବାଣିଜ୍ୟିକ ପ୍ରକଳ୍ପ  ଦୁଗ୍ଧ ଉପାଦାନ ଗୋଟିଏ, ଛେଳି ପାଳନ ଗୋଟିଏ ଓ ଇସି ବ୍ରଏଲର୍ ଉତ୍ପାଦନ ପାଇଁ  ଗୋଟିଏ ର  ମୋଟ ପ୍ରକଳ୍ପ ମୂଲ୍ୟ ୧.୩୦ କୋଟି ଟଙ୍କା ଅନୁମୋଦନ ହୋଇଥିବା ବେଳେ ସବସିଡି ୬୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ‘୩୦+୨ ଛେଳି ପାଳନ’  ଯୋଜନାରେ ଅନ୍ୟ ୨ ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଥିବା ବେଳେ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ୧,୫୯,୦୦୦ ଟଙ୍କାର ସବସିଡି (ଅନୁଦାନ) ପ୍ରଦାନ କରାଯାଇଛି।କୃଷି ଯୋଜନାରେ ବିହନ ପାଇଁ ସବସିଡି ଦୁଇ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। ବିଭିନ୍ନ ଚାଷୀ (ବାୟୋଫ୍ଲକ୍ ମାଛ ଚାଷ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ଏବଂ ଫାର୍ମ ପୋଖରୀ) ପାଇଁ କାର୍ଯ୍ୟ କ୍ରମ ପ୍ରକଳ୍ପ ମୂଲ୍ୟ ୧୫ ଲକ୍ଷ ୭୨ ହଜାର ଟଙ୍କା ମଞ୍ଜୁରୀ ହୋଇଅଛି। ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ୧୦ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ୧୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ