ଚେହେରା ଓ କେଶରେ ଲଗାନ୍ତୁ ଛେଳି କ୍ଷୀର
କଞ୍ଚା ଛେଳି କ୍ଷୀର ଆମ ସ୍ବାସ୍ଥ୍ୟ ସହିତ ଚର୍ମ ଓ କେଶ ପାଇଁ ମଧ୍ୟ ଲାଭଦାୟକ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କଞ୍ଚାରେ ଛେଳି କ୍ଷୀର କେଶରେ ଲଗାଇବା ଫଳରେ ଏହା ସଫ୍ଟ ହେବା ସହିତ ଶାଇନିଂ କରିଥାଏ। ଯଦି ଆପଣ ଏହି କ୍ଷୀରକୁ ତ୍ବଚାରେ ଲଗାଉଛନ୍ତି, ତେବେ କିଛି ଦିନ ମଧ୍ୟରେ ଆପଣଙ୍କ ଚେହେରା ଚାନ୍ଦ ଭଳି ସୁନ୍ଦର ଦେଖାଯିବ।
ଚେହେରାରେ ଏପରି ଲଗାନ୍ତୁ : ୫ରୁ ୬ ଚାମଚ କଞ୍ଚା ଛେଳି କ୍ଷୀରକୁ ଏକ ଗିନାରେ ବାହାର କରନ୍ତୁ। ତୁଳାକୁ କ୍ଷୀରରେ ବୁଡ଼ାଇ ଚେହେରା ଓ ବେକରେ ଲଗାନ୍ତୁ। ଗୋଟିଏ ଲେୟାର ଲଗାଇବା ପରେ ଦ୍ବିତୀୟ ଓ ତୃତୀୟ ଲେୟାର ଲଗାନ୍ତୁ। ଏବେ ଏହି କ୍ଷୀରକୁ ଶୁଖିବାକୁ ଛାଡ଼ି ଦିଅନ୍ତୁ। ଏହାପରେ ଆଉ ଥରେ ଛେଳି କ୍ଷୀରର ଲେୟାର କରି ଲଗାନ୍ତୁ ଓ ହାଲୁକା ଭାବେ ହାତରେ ସର୍କୁଲାର ମୋସନ୍ରେ ମାଲିସ୍ କରନ୍ତୁ।
ମିଳିବ ଏହି ଫାଇଦା : ଏପରି କରିବା ଦ୍ବାରା ଆପଣଙ୍କ ତ୍ବଚା ଛେଳି କ୍ଷୀରକୁ ଅବଶୋଷଣ କରି ନିଏ। ପରେ ଯେଉଁ କ୍ଷୀର ଲଗାଇ ମାଲିସ୍ କରାଯାଏ, ସେଥିରେ ଚର୍ମରେ ଜମା ହୋଇଥିବା ଡେଡ୍ ସେଲ୍ସ ଓ ଡଷ୍ଟ ହଟିବା ସଏେହା ତ୍ବଚାକୁ ମୁଲାୟମ କରିବା କାମ କରେ। ଯେତେବେଳେ ଆପଣ ହାଲୁକା ଭାବେ ହାତରେ କ୍ଷୀରକୁ ନିଜ ସ୍କିନ୍କୁ ରଗଡ଼ିବେ, ଏହା ବ୍ଲଡ୍ ସର୍କୁଲେସନ ବଢ଼ାଇବା ସହିତ ଡେଡ୍ ସ୍କିନ୍ ସେଲ୍ସ ହଟିବାରେ ଲାଗିଥାଏ।
ତ୍ବଚା ହୁଏ ହେଲ୍ଦି ଓ ଗ୍ଲୋଇଙ୍ଗ : ବ୍ଲଡ୍ ସର୍କୁଲେସନ୍ ବଢ଼ିବା ଦ୍ବାରା ଚର୍ମ ଭିତରୁ ମଜବୁତ ହୋଇଥାଏ। ଏହାଫଳରେ ତ୍ବଚାରୁ ଦାଗ ଦୂର କରିବାରେ ସାହାଯ୍ୟ ମିଳିଥାଏ। କାରଣ ହାଲୁକା ଭାବେ ଚର୍ମକୁ ରଗଡ଼ିବା ଫଳରେ ଚର୍ମରୁ ଡେଡ୍ ସେଲ୍ ହଟିଯାଏ। ଏହାଫଳରେ ତ୍ବଚା ହେଲ୍ଦି ଓ ଗ୍ଲୋଇଙ୍ଗ ଦେଖାଯାଏ।
କେଶରେ ଲଗାନ୍ତୁ ଛେଳି କ୍ଷୀର : ଯଦି ଆପଣଙ୍କ କେଶ ବହୁତ ଡ୍ରାଏ ଓ ଡଲ୍ ହୋଇଯାଏ ଓ ଅଏଲିଂ କରିବାକୁ ଆପଣଙ୍କ ପାଖରେ ସମୟ ନାହିଁ, ତେବେ ଶାମ୍ପୁ କରିବାର ୧୦ ମିନିଟ୍ ପୂର୍ବରୁ ଛେଳିର କଞ୍ଚା କ୍ଷୀର ଲଗାନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ କେଶ କମ୍ ଝଡ଼ିଥାଏ ଓ ହେଲ୍ଦି ନଜର ଆସିଥାଏ। ଏହା ଶୀଘ୍ର କାମ କରିଥାଏ। କାରଣ ଛେଳି କ୍ଷୀର କେଶ ପାଇଁ ମଏଶ୍ଚରାଇଜର ଭଳି କାମ କରେ।
କିପରି କାମ କରିଥାଏ : କ୍ଷୀରରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ରହିଥାଏ। କିନ୍ତୁ ଛେଳି କ୍ଷୀରରେ ପ୍ରୋଟିନ୍ ସହିତ ଅନ୍ୟ ପୋଷକତତ୍ତ୍ବ ରହିଛି, ଯାହା ସ୍ବାସ୍ଥ୍ୟ ସହିତ ତ୍ବଚା ପାଇଁ ଲାଭଦାୟକ ହୋଇଥାଏ। ଛେଳି କ୍ଷୀରରେ ଆଲ୍ଫା ଏସ୍୧ ସେଜିନ ନାମକ ଏକ ପ୍ରୋଟିନ୍ ରହିଛି। ଏହା ଶରୀରର ଡ୍ୟାମେଜ୍ ସେଲ୍ସକୁ ମରାମତି କରିବା କାମ କରିଥାଏ।
ଚର୍ମ ଡ୍ରାଏ ହୋଇ ନ ଥାଏ : ଛେଳି କ୍ଷୀରରେ ଲ୍ୟାକ୍ଟୋଜର ମାତ୍ରା କମ୍ ହୋଇଥାଏ ଓ କ୍ୟାଲ୍ସିୟମ ପ୍ରଚୁର ମାତ୍ରାରେ ରହିଛି। ଏହା ଆପଣଙ୍କ କେଶ ଓ ସ୍କିନ୍ ସେଲ୍ସକୁ ଶୁଷ୍କ ହେବାକୁ ଦିଏ ନାହିଁ। ଛେଳି କ୍ଷୀରରେ ଭିଟାମିନ୍ ଭରପୂର ମାତ୍ରାରେ ରହିଛି। ଏଥିରେ ସମସ୍ତ ପ୍ରକାରର ଆବଶ୍ୟକୀୟ ମିନେରାଲ୍ସ ରହିଛି, ଯାହା କେଶ ଓ ତ୍ବଚାକୁ ହେଲ୍ଦି ଓ ଗ୍ଲୋଇଙ୍ଗ କରିବାରେ ସାହାଯ୍ୟ କରେ।