ରୋଟାରୀ ରୟାଲ ପକ୍ଷରୁ ମେଗା ରିଲିଫ କ୍ୟାମ୍ପ
ଭୁବନେଶ୍ୱର : ସଂପ୍ରତି ଫନି ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଓ ଭୁବନେଶ୍ୱର ବାତ୍ୟା ପ୍ରପୀଡ଼ିତଙ୍କୁ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ରୟାଲ ପକ୍ଷରୁ ବ୍ୟାପକ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି । ତିନିଦିନ ବ୍ୟାପୀ ଏହି ରିଲିଫ କ୍ୟାମ୍ପ ଜରିଆରେ ପୁରୀର ବଳିଆପଣ୍ଡା ଅଞ୍ଚଳରେ ମହାବୀର ନଗର, ନାଲିପଟି ବସ୍ତି, ମଙ୍ଗଳା ବସ୍ତି, ପିପିଲି ବ୍ଲକସ୍ଥିତ ତେଇଶିପୁର ପଞ୍ଚାୟତର ନୂଆଗୋଡ଼ିସାହି, ମୁସଲମାନ ବସ୍ତି, ପ୍ରଧାନ ସାହି, ପୋଡ଼ଙ୍ଗ, ଆଗଲପୁର ତଥା ଭୁବନେଶ୍ୱରର ରେଣ୍ଟାଲ ବସ୍ତି ଓ ଜମ୍ବେଶ୍ୱର ବସ୍ତିର ପ୍ରାୟ ଦୁଇହଜାର ବାତ୍ୟା ପ୍ରପୀଡ଼ିତଙ୍କୁ ଚୁଡ଼ା, ଓଆରଏସ୍ ପ୍ୟାକେଟ, ଚିନି, ମହମବତୀ, ସୋଲାର ଲ୍ୟାମ୍ପ, ମଶାରୀ, ପାଣି ବୋତଲ ଓ ବିସ୍କୁଟ୍ ଇତ୍ୟାଦି ବଣ୍ଟନ କରାଯାଇଥିଲା । ରୋଟାରୀ ରୟାଲ ସଭାପତି ପ୍ରଦୀପ କୁମାର ଦାସ ଓ ମେଡ଼ିଆ ସେଲ୍ ଅଧ୍ୟକ୍ଷ ବିଭୂତି ଭୁଷଣ କରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କ୍ୟାମ୍ପକୁ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଶିବପ୍ରସାଦ ଦାସ, କ୍ଲବ ସମ୍ପାଦକ ତଥା ସେଣ୍ଟ୍ରାଲ ଇନ୍ଲ୍ୟାଣ୍ଡ ଫିସରିଜ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡଃ ବସନ୍ତ କୁମାର ଦାସ, ବରିଷ୍ଠ ମତ୍ସ୍ୟ ବୈଜ୍ଞାନିକ ଅର୍ଚ୍ଚନକାନ୍ତି ଦାସ, ଶୁଭେନ୍ଦୁ ବରାଳ, ପରମାନନ୍ଦ ମିଶ୍ର, ଅର୍ଜୁନ ସାହୁ, ଧର୍ମେନ୍ଦ୍ର ବେହେରା, କୁଲଦୀପ୍ ରଥ, ଆଶିଶସାହୁ, ବିଶ୍ୱଜିତ୍ ମିଶ୍ର, ଉସାସଂଘ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ପରି·ଳନା କରିଥିଲେ ।