ଉଜୁଡ଼ିଯାଇଛି ମତ୍ସ୍ୟଜୀବୀଙ୍କ ବ୍ୟବସାୟ

କୋଣାର୍କ ଯୁଗାବ୍ଦ (ଯୁଗାବ୍ଦ ନ୍ୟୁଜ):ସାମୁଦ୍ରିକ ଝଡ଼ ଫାନି ପ୍ରକୋପରେ କୋଣାର୍କର ମେରୁଦଣ୍ଡ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ବାତ୍ୟାର ୧୦ ଦିନ ପରେ ବି ସ୍ଥିତି ସୁଧୁରିପାରୁନି । ଶ୍ରୀହୀନ ହୋଇପଡ଼ିଛି ସମଗ୍ର ଅଞ୍ଚଳ । ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ଉପଲବ୍ଧ ହୋଇପାରୁନି । ଫଳରେ ପର୍ଯ୍ୟଟନ କ୍ଷେତ୍ର ଏବେ ଅନ୍ଧାରରେ । ଅଞ୍ଚଳର ମୁଖ୍ୟ ବ୍ୟବସାୟ ମତ୍ସ୍ୟ ଓ ହସ୍ତଶିଳ୍ପ ବ୍ୟବସାୟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଏହି ବାତ୍ୟା ସେମାନଙ୍କର ଘର ଭାଙ୍ଗି ଦେବାସହ ଡଙ୍ଗାସବୁ ଭାଙ୍ଗି ଦେଇଛି । ଏଥିସହ ସେମାନଙ୍କର ଜାଲ ସବୁ ଉଡ଼ାଇ ନେଇଛି । ଏବେ ବି ଭାଙ୍ଗି ଯାଇଥିବା ଡଙ୍ଗାକୁ ସେମାନେ ମରାମତି କରିପାରିନାହାନ୍ତି । ଯାହାଦ୍ୱାରା ସେମାନେ ଆଉ ସମୁଦ୍ରକୁ ମାଛ ମାରି ଯାଇନପାରି ବେଉସା ହରାଇ ଭୋକ ଉପାସରେ ସରକାରୀ ସହାୟତାକୁ ଚାହିଁ ବସି ରହିଛନ୍ତି । ଫଳରେ ସେମାନଙ୍କର ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲିଯାଇଛି । ଅପର ପକ୍ଷରେ ଅଞ୍ଚଳରେ ଥିବା ଶହ ଶହ ହସ୍ତଶିଳ୍ପ ଦୋକାନୀ ଫାନି ବାତ୍ୟାରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଗୋଟିଏ ହେଲେ ବି ବ୍ୟବସାୟିକ ଅନୁଷ୍ଠାନ ଏହି ବାତ୍ୟାରୁ ରକ୍ଷା ପାଇପାରିନାହାନ୍ତି । ଯାହାଦ୍ୱାରା ବ୍ୟବସାୟ ହରାଇ ଭୋକ ଉପାସର ଦିନ କାଟୁଥିବା ଜଣାପଡ଼ିଛି । ମାତ୍ର ଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ ସେମାନଙ୍କୁ ଥଇଥାନ କିମ୍ବା କୌଣସି ପ୍ରକାର ସହାୟତା ମିଳିପାରିନାହିଁ । ତେଣୁ ପ୍ରଶାସନ ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

ଉଜୁଡ଼ିଯାଇଛି ମତ୍ସ୍ୟଜୀବୀଙ୍କ ବ୍ୟବସାୟ
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ