ଓଡିଶା ପୋଲିସ୍‌ରେ ଖାଲିପଡିଛି ୧୦୦୫୪ ପଦବୀ

ଭୁବନେଶ୍ବର : ଓଡିଶା ପୋଲିସ୍‌ରେ ୧୦୦୫୪ଟି ପଦବୀ ଖାଲି ପଡିଥିବା ନେଇ ବିଧାନସଭାରେ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି । ଡିସେମ୍ବର ୨୦୧୯ ସୁଦ୍ଧା ରାଜ୍ୟରେ ଏହି ପଦବୀ ଗୁଡିକ ଖାଲି ରହିଥିବା ଜଣାପଡିଛି । ରାଜ୍ୟରେ ସମୁଦାୟ ୭୨,୧୧୯ଟି ପଦବୀ ରହିଥିବା ବେଳେ ରାଜ୍ୟରେ ବର୍ତ୍ତମାନ ୬୨୦୫୫ ପୋଲିସ୍‌ କର୍ମୀ ରହିଛନ୍ତି । ଖାଲି ରହିଥିବା ପଦବୀ ଗୁଡିକ ମଧ୍ୟରେ ୫୦୧ଟି ଗ୍ରୁପ୍‌ ଏ ପଦବୀ, ୧୮୨୩ଟି ଗ୍ରୁପ୍‌ ବି ପଦବୀ ଏବଂ ୬୪୮୭ଟି ଗ୍ରୁପ୍‌ ସି ପଦବୀ ଖାଲି ରହିଥିବା ନେଇ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ଓଡିଶାରେ ୧୯୫ଟି ପଦବୀ ଆଇପିଏସ୍‌ ଅଫିସରଙ୍କ ମଧ୍ୟରୁ ୭୮ଟି ପଦବୀ ଖାଲି ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ