ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ପଞ୍ଚାୟତ ଅଧିନ ଜାଗୁଳାଇ ନୋଡାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁକାନ୍ତ ନାୟକ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଥିଲେ। ସେ ଲେବୁଲ ୩କୁ ପଦୋନ୍ନତି ପାଇଅନ୍ୟ ବିଦ୍ୟାଳୟକୁ ବଦଳି ହୋଇଥିବାରୁ ତାଙ୍କୁ ବିଦ୍ୟାଳୟ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଶୁକ୍ରବାର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ସହକାରୀ ଶିକ୍ଷକ ଶ୍ରୀ ନାୟକଙ୍କୁ ବିଦ୍ୟାଳୟ ତରଫରୁ ଅଙ୍ଗବସ୍ତ୍ର,ମାନପତ୍ର,ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି,ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ସମ୍ବର୍ଦ୍ଧନା ଜଣାଇଥିଲେ। ଏପଟେ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଚାଲିଥିବା ବେଳେ ବିଦ୍ୟାଳୟକୁ ଆସିଥିବା ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ନପାଇ ଘରକୁ ଫେରିଯାଇଥିବା ଅଭିଯୋଗକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଅଣ୍ଡା ବାରିଥିଲା ସମସ୍ତ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇଛନ୍ତି। ଉକ୍ତ ଅଭିଯୋଗ ଭିତ୍ତିହିନ ଓ ରାଜନୈତିକ ଉଦ୍ଦେଶ୍ୟ ଏବଂ ସମ୍ପୂର୍ଣ୍ଣ ମନଗଢ଼ା କଥା ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସେଠୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ