ପିଏମ୍ ଶ୍ରୀ ସରକାରୀ ହାଇସ୍କୁଲର ନୂତନ ଫାଟକ ଉଦ୍ଘାଟିତ

ନାଉଗାଁ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଙ୍ଗେଶ୍ୱରପଡାସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ମୁଖ୍ୟ ଫାଟକ ଶନିବାର ଉଦ୍ଘାଟିତ ହୋଇଛି। ଏଥିରେ ବିଦ୍ୟାଳୟର ଆଲୁମିନି ସଂଗଠନର ସଦସ୍ୟ, ପୁରାତନ ଛାତ୍ରଛାତ୍ରୀ ଓ ୧୯୮୪ ବ୍ୟାଚ୍ର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ପ୍ରଥମେ ବିଦ୍ୟାଳୟର ପ୍ରତିଷ୍ଠାତା କୃଷ୍ଣଚନ୍ଦ୍ର ଦାସ ଓ ପୂର୍ବତନ ପ୍ରଧାନଶିକ୍ଷକ ଭଗବାନ ଦାସଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିବା ପରେ ନୂତନ ମୁଖ୍ୟ ଫାଟକ ଉଦ୍ଘାଟନ କରିଥିଲେ। ପରେ ବିଦ୍ୟାଳୟ ପରିସରସ୍ଥିତ ପଞ୍ଚବଟୀଠାରେ ଆଲୁମିନି ସଂଗଠନର ଉପସଭାପତି ମନୋଜ ରାଉତଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ପୂର୍ବତନ ଅବସରପ୍ରାପ୍ତ ଶିକ୍ଷକ ବୈରାଗୀ ବିଶ୍ୱାଳ, ଉପେନ୍ଦ୍ରନାଥ ବିଶ୍ୱାଳ, ଭ୍ରମରବର ପରିଡା, ନିଲୁରାମ ଜେନା, କୃତ୍ତିବାସ ସ୍ୱାଇଁ, ବ୍ରଜକିଶୋର ମୁହୁଲି, ନଟବର ସେଣ, ପ୍ରଧାନଶିକ୍ଷକ ଦିଲୀପ ସ୍ୱାଇଁ, ଆଲୁମିନି ସଂଗଠନର ସମ୍ପାଦକ ଶିଶିର ନାୟକ, ଅଭୟ ଦଳେଇ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ପାଞ୍ଜୁଲତା ଦଳାଇ ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟରେ ପାଠପଢ଼ା ସହ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ଅତିଥିମାନେ କହିଥିଲେ। ଏହି ଅବସରରେ ପ୍ରାକ୍ତନ ଛାତ୍ର ନିକୁଞ୍ଜ ମୋହନ ମହାପାତ୍ର, ଜୟନ୍ତ କୁମାର ମୁଦୁଲି, କୃତ୍ତିବାସ ନାୟକ ଓ ପୁରାତନ ଛାତ୍ରୀ ଶୈଳେନ୍ଦ୍ରୀ ବିଶ୍ୱାଳଙ୍କୁ ସମ୍ମାନିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ