ଦିଲ୍ଲୀରେ ସିଏଏ ହିଂସାକାଣ୍ଡ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି : ନେତାଙ୍କ ଆରୋପ ପ୍ରତ୍ୟାରୋପ ରାଜନୀତି
ନୂଆଦିଲ୍ଲୀ : ସିଏଏକୁ ନେଇ ଦିଲ୍ଲୀରେ ହିଂସାକାଣ୍ଡ ଜାରି ରହିଛି । ବିଗତ ଦୁଇ ଦିନ୍ ଧରି ଚାଲିଥିବା ଏହି ହିଂସାକାଣ୍ଡରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡ କାରଣରୁ ଉତ୍ତର ପୂର୍ବ ଦିଲ୍ଲୀରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ସମସ୍ତ ସ୍କୁଲ କଲେଜକୁ ବନ୍ଦ ରଖାଯାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ହିଂସା କାଣ୍ଡ ଜାରି ରହିଥିବା ବେଳେ ରାଜନୈତିକ ଦଳଙ୍କ ପକ୍ଷରୁ ଆରୋପ ପ୍ରତ୍ୟାରୋପର ରାଜନୀତି ଥମିବାର ନାମ ନେଉନାହିଁ । ବିଜେପି ସଦାସର୍ବଦା ହିଂସା ଏବଂ ଦଙ୍ଗାର ରାଜନୀତି କରୁଛି ବୋଲି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଟ୍ବିଟ୍ କରିଛନ୍ତି । ସେହିପରି ବିଜେପିର ବିବାଦୀୟ ନେତା କପିଲ ମିଶ୍ର ମଧ୍ୟ ଏକ ଟ୍ବିଟ୍ କରିଛନ୍ତି । ଆକ୍ରମଣରେ ନିହତ ପୋଲିସ୍ କନେଷ୍ଟବଳଙ୍କ ପରିବାରକୁ ୧ କୋଟିର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କେଜ୍ରିଓ୍ବାଲଙ୍କୁ ଟ୍ବିଟ୍ କରିଛନ୍ତି କପିଲ୍ ।


