ଭଡା ଘରେ ମହିଳାଙ୍କ ଆତ୍ମହତ୍ୟା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ମୋହନା ଠାରେ ଏକ ଭଡ଼ା ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମହିଳା ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଗ୍ରାମ ଶିଳ୍ପା ସାହୁ । ଶିଳ୍ପା ନିଜ ପରିବାର ସହ ମୋହନାରେ ଦୀର୍ଘ ବର୍ଷ ଧରି ରହିଆସୁଥିଲେ. କିଛି ବର୍ଷ ପୂର୍ବରୁ ସ୍ବାମୀଙ୍କ ମୃତ୍ୟୁ ପରେ ବାପାଙ୍କ ସହ ମୋହନା ବଜାରରେ ଏକ ଫଳ ଦୋକାନ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ | ସୋମବାର ସକାଳେ ହଠାତ୍ ଘର ତାଜାରେ ଦଉଡି ଦେଇ ଶିଳ୍ପୀ ଝୁଲି ରହିଥ‌ିବା ଦେଖ୍ ସମ୍ପର୍କୀୟ ଏବଂ ପାରିବାର ବର୍ଗ ଗୁରୁତର ଅବସ୍ଥାରେ ତାଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ I କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଖବର ପାଇ ମୋହନା ପୁଲିସ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛନ୍ତି । ମୃତ ଶିଳ୍ପାଙ୍କ ୫ ବର୍ଷର ଶିଶୁ କନ୍ୟା ରହିଛି. ଫଳ ବ୍ୟବସାୟୀ ପାଇଁ କିଛି ଜଣ ସାହୁକାରମାନଙ୍କ ଠାରୁ ନେଇଥିବା ଲକ୍ଷାଧିକ ଟଙ୍କାର ଋଣ ଭାର ଯୋଗୁଁ ସେ ଆମୂହତ୍ଯା କରିଥିବା ସନ୍ଦେହ କରାଯାଉଛି. ଏକ ଅପମୃତ୍ଯୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧୂକାରୀ ଓମ୍ ନାରାୟଣ ପାତ୍ର ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ