ପୁରୀ ଜିଲ୍ଲାର ଗ୍ରାମ୍ୟ ପାଇପ ଲାଇନ ଜଳଯୋଗାଣ ପ୍ରକଳ୍ପ ପୁନଃ ଉଦ୍ଧାର କାର୍ଯ୍ୟରେ ଗଞ୍ଜାମ ଜିଲ୍ଲାର ୧୨କନିଷ୍ଠ ଯନ୍ତ୍ରୀ

ଫନି” ବାତ୍ୟା ରେ ପୁରୀ ଜ଼ୀଲ୍ଲା ର ଗ୍ରାମ୍ୟ ପାଇପ ଲାଇନ ଯୋଗାଣ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଏହାକୁ ଯୁଦ୍ଧକାଳୀନ ମଧ୍ୟରେ ପ୍ରକଳ୍ପ ଗୁଡିକର ପୁନଃଉଦ୍ଧାର କାଯ୍ୟ ଆରମ୍ଭ ହୋଇଛି ।ଓଡ଼ିଶା ପଂଚାୟତ ରାଜ୍ୟ ଓ ପାନୀୟ ଜଳ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ, ରାୟଗଡା ଓ କନ୍ଧମାଳ ଜ଼ୀଲ୍ଲା ର ୨୨ଜଣ କନିଷ୍ଠ ଯନ୍ତ୍ରୀ ଗତ ୧୦ତାରିଖ ଠାରୁ ପୁରୀ ଜ଼ୀଲ୍ଲାକୁ ଗସ୍ତ କରିଛନ୍ତି ।ପୁରୀ ଜ଼ୀଲ୍ଲାର ପିପିଲି,ଢେଲାଙ୍ଗ, କଣାସ, ନିମାପଡା, କାକଟପୁର,ଗୋପ, ଅସ୍ତରଙ୍ଗ, ପୁରୀସଦର,କୃଷ୍ଣ ପ୍ରସାଦ,ବ୍ରହ୍ମଗିରି ଏବଂ ସତ୍ୟବାଦୀ ଅଞ୍ଚଳରେ ଏହି କନିଷ୍ଠ ଯନ୍ତ୍ରୀ ମାନେ ବିପନ୍ନଙ୍କୁ ଟ୍ୟାଙ୍କର ଯୋଗାଣ କରିବା ସହ ନଷ୍ଟ ହୋଇଥିବା ପ୍ରକଳ୍ପ ଗୁଡିକୁ ତୁରନ୍ତ ସଜାଡ଼ିବା ରେ ଲାଗିପଡିଛନ୍ତି । ଗଞ୍ଜାମ ଜ଼ୀଲ୍ଲା ରୁ ଅଧିକ୍ଷଣ ଯନ୍ତ୍ରୀ ଏସ. ଟୁଡୁଙ୍କ ସମେତ ବ୍ରହ୍ମପୁର ଡିଭିଜନ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କ ସମେତ ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ, ଆର.ଭିମା ରାଓ, ଶଶାଙ୍କ ଶେଖର ପାଢ଼ୀ, ସମୀର ପଟ୍ଟନାୟକ, ଗୁରୁଦେବ ଗୌଡ଼, ସନ୍ତୋଷ ଦାଶ, ସଚ୍ଚିଦାନନ୍ଦ ବିଷୋୟୀ, ଅଶ୍ୱିନୀ କୁମାର ମଲ,ରିତେଶ ମିଶ୍ର, ରବୀନ୍ଦ୍ର କୁମାର ନାୟକ, କାଳୁ ଚରଣ ପାତ୍ର ପ୍ରମୁଖ କନିଷ୍ଠ ଯନ୍ତ୍ରୀ -୧ ଓ ୨ ଗଞ୍ଜାମ ରୁ ଗସ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ