ଆଇପିଜିଏଲ ଉପରୁ ଡିପିଇ ଗାଇଡଲାଇନ ଛାଡ଼ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ସଂରକ୍ଷଣ ଏବଂ ସତର୍କତା ନୀତିକୁ ବାଦ ଦେଇ ଇଣ୍ଡିଆ ପୋର୍ଟସ ଗ୍ଲୋବାଲ ଲିଃ (ଆଇପିଜିଏଲ) ଉପରେ ଡିପିଇ ଗାଇଡଲାଇନ ଲାଗୁ ହେବ ନାହିଁ । ଆଜି ଏ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛନ୍ତି । କମ୍ପାନୀ ଆଇନ ୨୦୧୩ ଅନ୍ତର୍ଗତ ଏକ ଏସପିଭି (ସ୍ୱତନ୍ତ୍ର ଉଦ୍ଦେଶ୍ୟ ବାହନ) ରୂପରେ ଆଇପିଜିଏଲର ଗଠନ କରାଯାଇଥିଲା । ଜବାହରଲାଲ ନେହରୁ ବନ୍ଦର ଟ୍ରଷ୍ଟ (ଜେଏନପିଟି) ଏବଂ ଦୀନଦୟାଲ ପୋର୍ଟ ଟ୍ରଷ୍ଟ (ଡିପିଟି) (ପୂର୍ବରୁ କାଣ୍ଡଲା ପୋର୍ଟ ଟ୍ରଷ୍ଟ ନାମରେ ପରିଚିତ) ଏହାର ପୃଷ୍ଠପୋଷକ ଥିଲେ । ଜାହଜ ଚଳାଚଳ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଇରାନର ଚାବାହର ସାହିଦ ବେହେସ୍ତି ବନ୍ଦରର ବିକାଶ ଏବଂ ପରିଚାଳନା ପାଇଁ ଆଇପିଜିଏଲର ଗଠନ କରାଯାଇଥିଲା । ଯୁଗ୍ମ ବିସ୍ତୃତ କାର୍ଯ୍ୟ ଯୋଜନା (ଜେସିପିଓଏ)ରୁ ଯୁକ୍ତରାଷ୍ଟ୍ର ଆମେରିକା ଓହରିଯିବା ପରେ ଆମେରିକୀୟ କଟକଣାର ସମ୍ଭାବ୍ୟ ପ୍ରଭାବରୁ ଜେଏନପିଟି ଓ ଡିପିଟିକୁ ସୁରକ୍ଷିତ ରଖିବା ଲାଗି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ୨୯ ଅକ୍ଟୋବର ୨୦୧୮ରେ ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ପରାମର୍ଶ ଦିଆଯାଇଥିଲା । ଏହାକୁ ଆଧାର କରି କ୍ଷମତାସମ୍ପନ୍ନ ସମିତିର ଅନୁମୋଦନ କ୍ରମେ ଜେଏନପିଟି ଓ ଡିପିଟିର ସମସ୍ତ ଅଂଶଧନକୁ ୧୭ ଡିସେମ୍ବର, ୨୦୧୮ରେ “ସାଗରମାଳା ବିକାଶ କମ୍ପାନୀ ଲିଃ” (ଏସଡିସିଏଲ) କିଣି ନେଇଥିଲା । ଏସଡିସିଏଲ ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ କ୍ଷେତ୍ର ଉଦ୍ୟୋଗ (ସିପିଏସଇ) ହୋଇଥିବା ଦୃଷ୍ଟିରୁ ଏହାର ସହଯୋଗୀ ଭାବେ ଆଇପିଜିଏଲ ମଧ୍ୟ ଏହି ସିପିଏସଇରେ ପରିଣତ ହୋଇଯାଇଛି । ଯାହାର ଫଳସ୍ୱରୂପ, ପ୍ରାୟୋଗିକ ଦୃଷ୍ଟିରୁ ଡିପିଇର ଗାଇଡଲାଇନ ଆଇପିଜିଏଲ ଉପରେ ଲାଗୁ ହେଉଛି । ଚାବାହର ବନ୍ଦର ଦେଶର ପ୍ରଥମ ବିଦେଶୀ ବନ୍ଦର ପ୍ରକଳ୍ପ । ଏହାର ରଣନୈତିକ ଉଦ୍ଦେଶ୍ୟ ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଅନୁଯାୟୀ ଆଇପିଜିଏଲକୁ ୫ ବର୍ଷ ଲାଗି ଏକ ବୋର୍ଡ ଦ୍ୱାରା ପରିଚାଳିତ କମ୍ପାନୀ ଭାବେ ଚାଲୁ ରଖିବା ଜରୁରି । ଏହି ଆଧାରରେ, ପ୍ରକଳ୍ପର ସୁପରିଚାଳନା ନିମନ୍ତେ ଡିପିଇ ଗାଇଡଲାଇନ ପ୍ରୟୋଗରୁ ଆଇପିଜିଏଲକୁ ମୁକ୍ତ ରଖିବା ଲାଗି ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ